ମାନବିକତା ଭୁଲିଗଲେ ;ବୁଲା-ଷଣ୍ଢ ବେକକୁ ହାଣିଦେଲେ ଦୁବୁର୍ତ୍ତ
Forget about humanity;
ଭଞ୍ଜନଗର-- ଏବେବି , ଲୋକେ ମାନୁଛନ୍ତି । "ଜୀବେ ଦୟା" କଥାକୁ ବିଶ୍ୱାସ ରଖିଛନ୍ତି । ମଣିଷ ଙ୍କ ପରି ପଶୁ ଙ୍କୁ ମଧ୍ୟ ସ୍ନେହ ଆଦର ଦେଉଛନ୍ତି । ରାସ୍ତା ର ବୁଲା କୁକୁରକୁ ମଧ୍ୟ । ପାଖ ଦୋକାନରୁ ଖଣ୍ଡେ ବିସ୍କେଟ୍ ଖଣ୍ଡିଏ କିଣି ଲୋକ ଦେଉଛନ୍ତି । କେହି କେହି ବୁଲା ଗୋରୁ-ଗାଈ ଙ୍କୁ ପରିବା କିମ୍ବା ଖାଇବା ଜିନିଷ ଦେଉଛନ୍ତି । ଏସବୁ ଭିତରେ ବୁଲା-ଷଣ୍ଢ ମାନଙ୍କ ପ୍ରତି ମଧ୍ୟ ଅନେକ ଙ୍କ ଭକ୍ତି ଭାବନା ରହିଛି । ଯାହାବି' କିଛି ଖାଇବା ଦେଇ ଘଉଡାଇ ଦେଉଛନ୍ତି । ଏପରି କି ବଜାରର ବୁଲା-ଷଣ୍ଢ ଙ୍କର ବିବାହ କରାଯାଉଥିବାର ଘଟଣା ନଜରରେ ରହିଛି । ବେଳେ ବେଳେ ଏମାନଙ୍କ ପ୍ରତି କିଛି ମଣିଷଙ୍କ ନିଷ୍ଠୁର ଆଚରଣ ଦେଖିବାକୁ ମିଳୁଛି । ଏମିତି ଏକ ନିଷ୍ଠୁର ମାନସିକତାର ପ୍ରବୃତ୍ତି ଦେଖିବାକୁ ମିଳିଛି ଭଂଜନଗର ସହରରେ । ଗଲା କିଛି ବର୍ଷ ଧରି ବୁଲୁଥିବା ଗୋଟିଏ ଷଣ୍ଢ କୁ କୈାଣସି ବ୍ୟକ୍ତି ଅତି ନିର୍ମମ ଭାବେ ପ୍ରହାର କରିଛି । ଯାହାକି ବୁଲାଷଣ୍ଢ ଟିର ବେକରେ ଗୁରୁତର ଆଘାତ ଲାଗିଛି । ଅନୁମାନ କରାଯାଉଛି ଷଣ୍ଢ ର ବେକକୁ କୈାଣସି ଧାରୁଆ ଅସ୍ତ୍ର ରେ ହଣା ଯାଇଛି । ତଥାପି ଆହତ ଷଣ୍ଢ ଟି ଗୁରୁତର ଆହତ ଅବସ୍ଥାରେ ବଜାରରେ ବୁଲି ବୁଲି , କିଛି ଖାଇବା ପାଇଁ ଡହଳ-ବିକଳ ହେଉଛି । କିଏସେ ବ୍ୟକ୍ତି , ଯିଏକି ଏଭଳି ଗୋଟିଏ ପଶୁ ପ୍ରତି , ନିର୍ଦୟ ପାଲଟିଗଲା । ପୂର୍ବରୁ ଉକ୍ତ ଷଣ୍ଢ ଟି ସହରର ବିଭିନ୍ନ ବଜାର ଓ ଗଳି-କନ୍ଦି ବୁଲୁଥିଲା , ଯିଏ ଯାହାକିଛି ଦେଉଥିଲା ତାକୁ ଖାଇଦେଇ ଚାଲିଯାଉଥିଲା । କାହାର କିଛି ଅନିଷ୍ଟ କରୁନଥିଲା । ଏଭଳି ଆହତ ଷଣ୍ଢ କୁ ଦେଖି ସାଧାରଣ ରେ ଘଟଣାକୁ ନିନ୍ଦା କରାଯାଉଛି । ଏବେ ଏହି ଆହତ ଷଣ୍ଢ ର ଚିକିତ୍ସା କରାଯିବାକୁ କିଛି ସହୃଦୟ ବ୍ୟକ୍ତି ଉଦ୍ୟମ ଆରମ୍ଭ କରିଛନ୍ତି । ଏକ୍ଷେତ୍ରରେ ସ୍ଥାନୀୟ ଏନ୍ ଏ ସି କତୃପକ୍ଷ ଗୁରୁତ୍ବଦେବା ଜରୁରୀ ବୋଲି ଜଣସାଧାରଣରେ କୁହାଯାଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୨/୨୦୨୧--- ୧୦/୧୦ Sakhigopal News,22/12/2021