ଅସହାୟ ଙ୍କୁ ବେଡ଼ସିଟ ବଣ୍ଟନ
ଏବଂ ଏଚ.ଏନ.ମିଡ଼ିଆ.ସର୍ଭିସ ଆନୁକୂଲ୍ୟରେ ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟାଙ୍ଗର ପାଲି ଗ୍ରାମ ପଞ୍ଚାୟତ ର ଟାଙ୍ଗର ପାଲି, ଧୂବେନ ଟିକ୍ରା, ଜୋନାନି, ଆମ୍ବଝର, ରୋଜେନ ମାଲ ଆଦି ଗ୍ରାମରେ ବେଡ଼ ସିଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ର ରାଜ୍ୟ ଉପ ସଭାପତି ଏବଂ ହଟ ନିୟୁଜ ୨୪ର ମୁଖ୍ୟ ଆଶୁତୋଷ ରଥ ଙ୍କ ସମେତ ପ୍ରଶାନ୍ତ ପତି, ଟାଙ୍ଗରପାଲି ଏସ. ଏସ. ଜି ଗ୍ରୁପ ର ସଭାପତି ଆଲ୍ଲାଦିନୀ ଦାଶ ଯୋଗଦେଇ ଅସହାୟ, ଦିବ୍ୟାଙ୍ଗ, ଦଳିତ, ନିଷ୍ପେସିତ ଜନସାଧାରଣ ଙ୍କୁ ବେଡ଼ ସିଟ ବଣ୍ଟନ କରିଥିଲେ । ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ଏବଂ H. N ମିଡ଼ିଆ ସର୍ଭିସ (ହଟ ନିୟୁଜ) ର ଏହି କାର୍ଯ୍ୟକ୍ରମ କୁ ପଞ୍ଚାୟତ ବାସୀ ଭୁରିଭୁରି ପ୍ରସଂଶା କରିବା ସହିତ ଏହି ସଂଗଠନ ମାନେ ଅସହାୟ ଙ୍କ ସେବାରେ ସଦାସର୍ବଦା ସମର୍ପିତ ବୋଲି ଆଲୋଚନା କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୧/୧୨/୨୦୨୧----- ୧୧,୨୦ Sakhigopal News,31/12/2021
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୧/୧୨/୨୦୨୧----- ୧୧,୨୦ Sakhigopal News,31/12/2021