Breaking News

ଜୀବନ ପ୍ରତିବିମ୍ବ ସାହାଯ୍ୟ ଗ୍ରୁପ ତରଫରୁ ଶୀତ ବସ୍ତ୍ର ଓ ଖାଦ୍ୟ ବଣ୍ଟନ

Distribution of winter clothing and food from the Life Reflection Assistance Group
ଓଡ଼ଗାଁ:- ଅସହାୟ ଗରିବ ଓ ମାନସିକ   ବ୍ୟକ୍ତିଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଜୀବନ ପ୍ରତିବିମ୍ବ ସାହାଯ୍ୟ ଗ୍ରୁପ ତରଫରୁ ଆୟୋଜନ କରାଯାଇଛି। ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡିଶା। ଏଥିରୁ ବାଦ ପଡିନି ନୟାଗଡ଼ ଜିଲ୍ଲା ଓ ଓଡ଼ଗାଁ ବ୍ଳକ। ହାଡ଼ଭଙ୍ଗା ଶୀତରେ କିଛି ଗରିବ ଅସହାୟ ଓ ମାନସିକ ବିକୃତି ବ୍ୟକ୍ତିଙ୍କୁ ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରି ସାହାଯ୍ୟ ର ହାତ ବଢେଇଛି ଜୀବନ ପ୍ରତିବିମ୍ବ ସାହାଯ୍ୟ ଗ୍ରୁପ। 
          ଗ୍ରୁପର ସଭାପତି ତୁଷାର ରଞ୍ଜନ ସାହୁ, ସଂପାଦକ ପ୍ରତ୍ୟୁଷ ପ୍ରସାଦ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଓ ଗ୍ରୁପର ଅନ୍ୟ ସହଯୋଗୀ ଆଲୋକ ଜେନା, ଜୟକ୍ରୁଷ୍ନ ଜେନା, ନିରଞ୍ଜନ ସାହୁ, ଅରୁଣ ନାୟକ, ଜ୍ୟୋଷ୍ନାରାଣୀ ରାଉତ ଙ୍କ ସହଯୋଗ ରେ ଏହି ଗ୍ରୁପ ପାଣ୍ଡେରିପଡା ପଂଚାୟତ ର ଭାଲିଆଡିହି ଓ ଓଡ଼ଗାଁ ର ଜାରିଙ୍ଗୀ ଓ ଓଡ଼ଗାଁ ର ବିଭିନ୍ନ ସ୍ଥାନରେ ବୁଲି ଅସହାୟ ଗରୀବ ଓ ମାନସିକ ବିକୃତି ବ୍ୟକ୍ତିଙ୍କୁ ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତିି ।  ଯୁବକ ମାନଙ୍କ ଏଭଳି ଗରିବ ଅସହାୟ ଙ୍କୁ ସାହାଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୩୦/୧୨/୨୧ ---- ୮,୪୦ 
Sakhigopal News,30/12/2021

Blog Archive

Popular Posts