କରମତଲା ଗ୍ରୀଡ଼ରେ ନିଯୁକ୍ତିରେ ଅନିୟମିତତା ନେଇ ଦୁଇ ଅନୁଷ୍ଠାନ ପକ୍ଷରୁ ବିଦୂତ ବିଭାଗ କାର୍ଯ୍ୟାଳୟ ଘେରାଉ
ବଲାଙ୍ଗୀର -- ସଇଁତଲା ଡିଭିଜନ ଅନ୍ତର୍ଗତ କେରମତଲା ଗ୍ରୀଡ଼ରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ପରିମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆଜି ସଇଁତଲା ବିଦୂତ ବିଭାଗ କାର୍ଯ୍ୟାଳୟ ସମ୍ଭୁଖରେ ସଇଁତଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଟଙ୍କଧର ଧରୁଆଙ୍କ ନେତୃତ୍ୱରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମିତି ଓ କୋଶଳ ଯୁବ ସମନ୍ୱୟ ସମିତି ପକ୍ଷରୁ ଧାରଣ ଦିଆଯାଇଛି। କିଛିଦିନ ତଳେ କରମତଲା ଗ୍ରୀଡ଼ରେ ଜଣେ ଯୁବକ ନକଲି ପ୍ରମାଣ ପତ୍ର ଦେଇ କାର୍ଯ୍ୟକରୁଥିବା ସାମ୍ନା କୁ ଆସିଥିଲା । ତାର ଗିରଫ ଦାବିରେ ଓ ଗ୍ରୀଡ଼ ତିଆରି ହେବା ବେଳେ ବସନ୍ତ ବୁଡେକ ନାମକ ଜଣେ ଯୁବକଙ୍କ ଜମି ଉପରେ ବିଦୂତ ତାର ସଂଯୋଗ କରାଯାଇଥିବା ବେଳେ ଯୁବକଙ୍କୁ ସ୍ଥାନୀୟ ଗ୍ରୀଡ଼ରେ ଚାକିରୀ ଦିଆଯାଉ ବୋଲି କଲ୍ୟାଣ ସଂଘ ସମିତି ପକ୍ଷରୁ ଦାବି ହୋଇଛି।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୨୭/୧୨/୨୦୨୧---୮,୪୫
Sakhigopal News,27/12/2021