Breaking News

ଭାରତୀୟ ଷ୍ଟେଟ ବ୍ୟାଙ୍କ ଇନ୍ଦିପୁର ଶାଖାରୁ ଚୋରି ଉଦ୍ୟମ ; ହୋମଗାଡଙ୍କ ଯୋଗୁ ବିଫଳ, ବାପା ଓ ପୁଅ ବ୍ୟାଙ୍କ ଡକାୟତି ଗ୍ୟାଙ୍ଗ ପୋଲିସ ହାତରେ

 Theft attempt from the Indipur branch of the State Bank of India; Failed due to homestead, father and son bank robbery gang in police custody


ସାକ୍ଷୀଗୋପାଳ---- ଜଣେ କର୍ତ୍ତବ୍ୟରତ ହୋମଗାଡ ଯୋଗୁ ଏପ ବଡଧରଣର ବ୍ୟାଙ୍କ ଡକାୟତ ଅଟକାଇବାରେ ହୋମଗାଡ ସଫଳ ହୋଇଛନ୍ତି । ସତ୍ୟବାଦୀ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମ ନିକଟରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ରୁ ତିନି ଜଣ ଦୁବୁର୍ତ୍ତ ମାନେ ଲୁଟ କରିବା ପାଇଁ ଉଦ୍ଦ୍ୟମ କରୁଥିବା ବେଳେ ଡେଲାଙ୍ଗ ଥାନାରେ କାର୍ଯ୍ୟରତ ହୋମଗାଡ ବିବେକାନନ୍ଦ ସେନାପତି  ଡ୍ୟୁଟି କରୁଥିବା ବେଳେ ବ୍ୟଙ୍କ ମଧ୍ୟରେ ଶଦ୍ଧ ଶୁଣି ସେଠାକୁ ଯାଇଥିଲେ ।  ବ୍ୟାଙ୍କର ଏଟିଏମ ଭାଙ୍ଗି ଥିବା ସହିତ ଷ୍ଟଙ୍ଗରୁମ ଭାଙ୍ଗି ଲକର ଖୋଲିବା ପାଇଁ ଉଦ୍ୟମ କରିଥିଲେ ଦୁବୁର୍ତ୍ତ ମାନେ । ହୋମଗାଡଙ୍କୁ ଦେଖି ମାରଣାସ୍ତ୍ର ଧରି ଦୁବୁର୍ତ୍ତ ମାନେ ଗୋଡାଇବାରୁ ହୋମଗାଡ ଜଣଙ୍କ ସେଠାରୁ ଖସି ପଳାଇ ଆସି ସେ ପଳାଇ ଆସିଥିଲେ । ବଡ ପାଟି କରି ଡାକ ପକାଇବାରୁ ସ୍ଥାନୀୟ ଲୋକମାନେ ଉଠି ପଡିଥିଲେ । ଲୋକମାନେ ଉଠିବା ଦେଖି ଦୁବୁର୍ତ୍ତ ମାନେ ଖସି ପଳାଇଥିଲେ । ମାତ୍ର ସାଙ୍ଗରେ ଆଣିଥିବା ଏକ ସ୍କୁଟି ଛାଡି ପଳାଇଥିଲେ । ସତ୍ୟବାଦୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସି ଫୁଟେଜରେ କଏଦୀ ହୋଇଥିବା ବ=୍ୟାଙ୍କ ଲୁଟେରା ମାନଙ୍କର ଫଟୋକୁ ଆଧାର କରି ତଦନ୍ତ ଜାରି ରଖି ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ଏହି ଗ୍ୟାଙ୍ଗରେ ବାପା ଓ ପୁଅ ଗ୍ୟାଙ୍ଗ ବୋଲି ପୋଲିସ କହିଛି । ଦୁଇ ଦିନ ତଳେ ସମାନ ଡଙ୍ଗରେ ଚନ୍ଦନପୋଖରୀ ଉପରେ ଥିବା ସେଣ୍ଟାଲ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଲୁଟ କରିବା ପାଇଁ ଉଦ୍ୟମ କରାଯାଇଥିଲା ଏମାନଙ୍କ ହାତଥିବା ପୋଲିସ ସନ୍ଦେହ କରିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୧୨/୨୦୨୧---=୭,୫୫   Sakhigopal News , 30/12/2021

Blog Archive

Popular Posts