Breaking News

ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସାକ୍ଷୀଗୋପାଳ ହାନା ତାକୋଣ୍ଡୋ ଏକାଡେମୀର ୨୦ ଜଣ ଛାତ୍ର ଛାତ୍ରୀ ପଦକ ଜିତିଲେ


ସାକ୍ଷୀଗୋପାଳ---- ପ୍ରଥମ ଭାବେ ଗ୍ଳୋବାଲ ଭରଚୁଆଲ ଆନ୍ତଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ରେ ସାକ୍ଷୀଗୋପାଳ ହାନା ଟାଇକୋଣ୍ଡୋ ଏକାଡେମୀର ୨୦ ଜଣ ଛାତ୍ର ଛାତ୍ରୀ ପଦକ ଜିତିଛନ୍ତି । ଓଡିଶା ଟାଇକୋଣ୍ଡୋ ସଂଘ ପୁରୀ  ଓ ଭାରତ ଓ ଥାଇଲାଣ୍ଡ ସ୍ଥିତ ହିରୋଜ ଟାଇକୋଣ୍ଡୋ ସଂଘଠନର ମିଳିତ ସହଯୋଗରେ ଗ୍ଳୋବାଲ ଭରଚୁଆଲ ଆନ୍ତଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଆମେରିକା, ଗ୍ରୀସ, ଆରଜେଣ୍‌+ଟିନା, ଅଷ୍ଟେଲିଆ, କାଜକିସ୍ଥାନ, ସ୍କୋଭାକିଆ, ଥାଇଲାଣ୍ଡ, ସିଂହାପୁର, ହଙ୍କ, ମାଲେସିୟା, ଫିଲିପାଇନ୍ସ ସହ ଭାରତ ଭଳି ୧୪ ଦେଶର ୯୯୬ଜଣପ୍ରତିଯୋଗୀ ଭାଗ ନେଇଥିଲେ । ସାକ୍ଷୀଗୋପାଳ ହାନା ଟାଇକୋଣ୍ଡା ଏକାଡେମୀର ଆୟୁଷ୍ମାନ ମିଶ୍ର, ଦେବଦତ ମଙ୍ଗରାଜ, ରୁଦ୍ରଦିତ୍ୟ ନାୟକ, ପ୍ରିନ୍ସ ପ୍ରସାଦ ମହାରଣା, ଶୁଭମ ଲେଙ୍କା, ଶୀତୁନ ପ୍ରଧାନ, ସ୍ୱର୍ଣ ପଦକ ପାଇଥିବା ବେଳେ ସ୍ନୋହାଶ୍ରୀ ମହାନ୍ତି, ତମନା ମିଶ୍ର ଆରଧ୍ୟ ମିଶ୍ର, ଆୟୁସ ଗୌଡୁ, ସ୍ମୃତି ନାୟକ, ଅଭିସା ମହାପାତ୍ର, ରଶ୍ମିରଞ୍ଜନ ମହାପାତ୍ର, ରୀତିକି ରଞ୍ଜନ ଦାଶ, ରାଜଦୀପ ମହାପାତ୍ର, ସୋମନାଥ ନାୟକ, ପ୍ରାଞ୍ଜଳ ରଥ, ରୋପ୍ୟ ପଦକ ହାସଲ କରିଛନ୍ତି । କଂସ୍ୟ ପଦକ ଦେବବ୍ୟାସ ରଥ, ଆୟୁଷ୍ମାନ ରଥ ପଦକ ଜିତିଥିବାରୁ ହାନା ଟାଇକୋଣ୍ଡୋର ଏକାଡେମୀର ପ୍ରଶିକ୍ଷକ ଦୀପକ ପ୍ରଧାନ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଛନ୍ତି । ଓଡିଶା ଟାଇକୋଣ୍ଡୋ ସଂଘର ସାଧାରଣ ସମ୍ପାଦକମନମୋହନ ଭଞ୍ଜକୃତି ପ୍ରତିଯୋଗି ମାନଙ୍କୁ ଶୁଭଛୋ ଜଣାଇଛନ୍ତି । ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ହାନା ଟାଇକୋଣ୍ଡୋ କୁ ସହାୟତା ମିଳିଲେ ଆହୁରି ଛାତ୍ର ଛାତ୍ରୀ ମାନେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳର ସୁନାମ ବଡି ପାରନ୍ତା ବୋଲି ସମ୍ପାଦକ ସତ୍ୟନାରାୟଣ ମିଶ୍ର କହନ୍ତି ।
 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧୨/୨୦୨୧---୮.୧୦  

Sakhigopal News, 31/12/20ଜ21

Blog Archive

Popular Posts