ଘରେ ପଶି ଚୋରି କରିବା ଅଭିଯୋଗରେ ଯୁବକ ଗିରଫ
A young man has been arrested on suspicion of burglary
ଭଞ୍ଜନଗର--ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବ୍ରହୁାଣପଦର ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାଇକଙ୍କ ଘରେ ପଶି ଚୋରି କରିଥିବା ଅଭିଯୋଗରେ ତାରସିଂ ପୁଲିସ ଅଭିଯୁକ୍ତ ରମେଶ ନାଇକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ଅଭିଯୁକ୍ତ ରମେଶର ଘର ଉକ୍ତ ଗ୍ରାମରେ । ଗତ ୧୨ ତାରିଖ ଦିନ ପୂର୍ଣ୍ଣଚନ୍ଦ୍ର ଙ୍କ ଘରେ ଦୁଇ ଝିଅ ରହିଥିଲେ । ଏହାର ସୁଯୋଗ ନେଇ ରମେଶ ଘରେ ପଶି ଦୁଇ ଝିଅକୁ ଭୟଭିତ କରିଥିଲେ । ଭୟରେ ଦୁଇ ଝିଅ ଛାତ ଉପରକୁ ଚାଲିଯିବା ପରେ କାଠଆଲମିରା ଭାଙ୍ଗି ସେଥିରେ ଥିବା ୧୦ ହଜାର ଟଙ୍କା ସୁନାର ମଙ୍ଗଳସୁତ୍ର ମାଳି ଓ କାନଫୁଲକୁ ଧରି ଚମ୍ପଟ ମାରିଥିଲା ।ଏହି ଘଟଣା ବିଷୟରେ ଝିଅ ବାପା ପୂର୍ଣ୍ଣଚନ୍ଦ୍ର ଓ ମା ବିରାଜିନୀକୁ ଜଣାଇବା ପରେ ତାରସିଂ ଥାନାରେ ମା ବିରାଜିନୀ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନା କେସନଂ ୩୦୩/୨୧ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତ ରମେଶ ନିଜ ଗ୍ରାମ ବ୍ରହୁାଣପଦର ଗ୍ରାମରେ ରହିଥିବାର ତାରସିଂ ପୁଲିସ ଖବର ପାଇ ରମେଶଙ୍କ ଘର ଉପରେ ଚଢାଉ କରି ରମେଶକୁ ଗିରଫ କରିବାରେ ସକ୍ଷମ ହୋଇଥିବା ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ବେହେରା ଓ ତାରସିଂ ଥାନା ଅଧିକାରୀ ଶ୍ରୀ ଦାଶ ସୁଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୨/୨୦୨୧----୯/୫୦
Sakhigopal News,22/12/2021