Breaking News

ତୁଷୁରରେ ପ୍ରଥମ ତୋଷାଳି ମହୋତ୍ସବ

The first Toshali festival in Tusur.


ବଲାଙ୍ଗୀର----- ଅତୀତରେ ଆଜିକାର ତୁଷୁରା କୁହାଯାଉଥିବା ତୋଷାଳିଗଡ଼ ସାମାଜିକ ରାଜନୈତିକ ଓ ଆର୍ଥିକ ସ୍ଥିତି ସୁଦୃଢ ଥିବା ସତ୍ତ୍ୱେ ବର୍ତ୍ତମାନ ତୁଷୁରା ଏକ ପଛୁଆ ଏବଂ ଅବହେଳିତ ଅଞ୍ଚଳ ଭାବେ ପରିଗଣିତ । ପ୍ରଶାସନର ଅବହେଲା ଯୋଗୁ ତୁଷୁରା ଯେତେ ବିକଶିତ ହେବା କଥା ତାହା ହୋଇପାରିନାହିଁ।କିନ୍ତୁ ଏବେ ସମୟ ଆସିଛି ତୁଷୁରାର ଭୌଗଳିକ ନକ୍ସା ବଦଲାଇବାର।ତୁଷୁରା ୟୁଥଏକ୍ସନ କମିଟି ତଥା ତୁଷୁରାର ଯୁବକ ଯୁବତି ମାନଙ୍କ ବହୁତ ପ୍ରୟାସରେ ତୁଷୁରାର ବିକାଶରେ ଯୋଡିହୋଇଛି ଏକ ନୂଆ ଅଧ୍ୟାୟ। ଅତୀତର କଳା ,ସଂସ୍କୃତି,ସାହିତ୍ୟ ଓ ଆର୍ଥିକ ପୁଣି ଫେରିଆସିବ। ତୁଷୁରା ଠାରେ ଆୟୋଜିତ ତୋଷାଳି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀରର ପୂର୍ବତନ ସାଂସଦ କାଲିକେଶ ନାରାୟଣ ସିଂ ଦେଓ,ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଲୋଇସିଗା ବିଧାୟକ ମୁକେଶ ମହାଳିଙ୍ଗ ଓ ବରିଷ୍ଠ ସାମ୍ବାଦିକ ଅଖିଳ ହୋତା ମଞ୍ଚାସିନ ହୋଇ ତୁଷୁରାର ଇତିହାସ,କଳା, ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ସନ୍ଧ୍ୟାରେ ମଞ୍ଚ ଉପରେ ପଶ୍ଚିମ ଓଡିଶାର ଢୋଲ ମୁହୁରୀ, କଳାହାଣ୍ଡିର ସିଂହରୀ, ବରଗଡ଼ର କାଳଯିବି,ବଲାଙ୍ଗୀରର ନାଟରାଜ,ତୁଷୁରାର କୃଷପ୍ରିୟା କଳାପରିସଦ ଜୟପୁରର ଡେମସା ନୃତ୍ୟ ନୃତ୍ୟ ପ୍ରଦର୍ଶନ କରି ଲୋକଙ୍କ ମନ ଜିତିଥିଲେ।ପ୍ରଥମ ଥର ପାଇଁ ତୋଷାଳି ମହୋତ୍ସବ ହେଉଥିବା ନେଇ ପାଖା ପାଖି ତିନୋଟି ବ୍ଲକ ସଇଁତଲା,ଟିଟିଲାଗଡ଼ ଓ ଦେଓ ଗାଁଅଞ୍ଚଳରୁ ହଜାର ଲୋକେ ଦେଖିବା ପାଇଁ ଆସିଥିଲେ ଓ ବେଶ ଆନନ୍ଦ ପ୍ରକାଶ କରିଥିଲେ।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୨୪/୧୨/୨୦୨୧----୧୦,୩୦ Sakhigopal News,24/12/2021 

Blog Archive

Popular Posts