ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ କଲେ ସମାଜସେବୀ ମୁକୁନ୍ଦ
Mukunda, a social worker, celebrated Niara's birthday
ବରଗଡ଼--- ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଘଠନ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଜନ୍ମ ଦିନରେ ଲୋକେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଭୋଜି ଭାତ କେକ ସହ ପାର୍ଟି କରୁଛନ୍ତି । ମାତ୍ର ଶ୍ରୀ ଦାଶ ନିଜ ଜନ୍ମଦିନ ରେ ଅସହାୟ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ,କମ୍ବଳ ଓ ଖାଦ୍ୟ ବଣ୍ଟନ କରିଛନ୍ତି ।ବରଗଡ଼ ଜିଲ୍ଲା ଅତାବିରା କୁଷ୍ଠା ଶ୍ରମ କଲୋନୀରେ ରହୁଥିବା ଗରିବ ଅସହାୟ ମାନଙ୍କ ସହ ଜନ୍ମ ଦିନ ପାଳନ କରି ବେଶ ଖୁସିଥିବା କହିଛନ୍ତି ସମାଜସେବୀ ମୁକୁନ୍ଦ ଦାଶ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୧୨/୨୦୨୧ ---୮,୨୫ Sakhigopal News,28/12/2021