ବାପାଙ୍କର ୭୫ ତମ ଜନ୍ମଦିନ ଧୁମଧାମରେ ପାଳିଲେ ପରିବାରର ସଦସ୍ୟମାନେ
କୋଣାର୍କ: ---କୋଣାର୍କ ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ବାସିନ୍ଦା ଈଶ୍ୱର ଚନ୍ଦ୍ର ଗୋଛୟତଙ୍କ ୭୫ ତମ ଜନ୍ମୋତ୍ସବକୁ ସ୍ମରଣୀୟ କରିବା ପାଇଁ ତାଙ୍କର ତିନି ପୁତ୍ର, ପୁତ୍ରବଧୂ ଓ ନାତି ନାତୁଣୀ ଧୁମଧାମରେ ପାଳିଛନ୍ତି। ବାପା ମା ଙ୍କ ପ୍ରତି ଆଜିର ସମାଜରେ ଆତ୍ମୀୟତା କମିଯାଉଥିବା ବେଳେ ଅବହେଳା ଓ ନିର୍ଯାତିତ ଦିନକୁ ଦିନ ବଢିବା ସହ ବୃଦ୍ଧା ଆଶ୍ରମରେ ବାକି ଦିନ କାଟିଥିବା ଦେଖିବାକୁ ମିଳିଛି ।
ସମାଜକୁ ସୁଚାଇ ଦେଇଛନ୍ତି ପିତାମାତାଙ୍କ ବୃଦ୍ଧା ଅବସ୍ଥାରେ ଉପଯୁକ୍ତ ଶେବାସୁଶୃଷା କରିବା ସହ ସମ୍ମାନ ପ୍ରଦାନ କରିବା ହେଉଛି ପିଲାମାନଙ୍କ କର୍ତ୍ତବ୍ୟ । ପୁତ୍ର ପ୍ରଦୀପ, ପ୍ରସନ୍ନ, ଦୀପକ, ପୁତ୍ରବଧୂ ସୁକାନ୍ତି, ସଂଘମିତ୍ରା, ଅନାମିକା ଓ ନାତିନାତୁଣୀ ନିଜ ମାଧିପୁର ସ୍ଥିତ ବାସଭବନ ଠାରେ ଶତାଧିକ ମାନ୍ୟଗଣ ବ୍ୟକ୍ତି, ବନ୍ଧୁବାନ୍ଧବ ଓ ପରିବାର ବର୍ଗଙ୍କ ସହ ମହାଆଡମ୍ବରରେ ଜନ୍ମଦିନ ପାଳନ କରିବା ସହ ଉପସ୍ଥିତ ଅତିଥି, ବନ୍ଧୁ ବାନ୍ଧବଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରିଥିଲେ ।
ଏହି ଜନ୍ମୋତ୍ସବରେ ଅତିଥି ଭାବେ କୋଣାର୍କ ଏନଏସି ଅଧକ୍ଷା ଶୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଉପାଧକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ, ଅଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ, ଶିକ୍ଷକ ରାମକୃଷ୍ଣ ମହାନ୍ତି, ୧୦ ଓ ୧୩ ନମ୍ବର ୱାର୍ଡ କାଉନସିଲରଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ହୋଇ ଆଜିର ସମାଜରେ ପିଲା ମାନେ ବୃଦ୍ଧା ମା ବାପାଙ୍କ ପ୍ରତି କିଭଳି ନିର୍ଯ୍ୟାତିତ ଦେଉଛନ୍ତି ତାର କରୁନ ଦୃଶ୍ୟକୁ ବର୍ଣନା କରିଥିଲେ । ଏଥିରୁ ନିବୃତ ରହି ପିତାମାତା ଙ୍କୁ ଶେଷ ଅବସ୍ଥାରେ ସ୍ନେହ ମମତାରେ ବାନ୍ଧି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀଯୁକ୍ତ ଈଶ୍ୱର ୧୯୬୯ ମସିହାରେ ଓଡ଼ିଶା ସରକାରଙ୍କ ମହାଲେଖାଗାର ରେ ସାଧାରଣ କର୍ମଚାରୀ ଭାବେ ଯୋଗଦେଇ ୨୦୧୦ ମସିହାରେ ବରିଷ୍ଟ ହିସାବ ନିରୀକ୍ଷକ ଭାବେ ଅବସର ନେଇଛନ୍ତି । ସରକାରୀ କର୍ମମୟ ଜୀବନ ଭିତରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ସେ ଅନେକଥର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସିତ ହୋଇଛନ୍ତି । ଅବସର ପରେ ସେ ଏବେ ନିଜକୁ ସମାଜ ସେବାରେ ଲିପ୍ତ ରଖିଛନ୍ତି । ଶେଷରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସାକ୍ଷୀଗୋପାଳ ନିୟୁତ ପରିବାର ପକ୍ଷରୁ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛୁ । କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୨/୭/୨୦୨୫---୫,୧୦ Sakhigopal News,2/7/2025