Breaking News

ଛତିଶଗଡ଼ର ଗରି‌ଆବନ୍ଧ ପିପଲଖୁଟାରେ ମାଓବାଦୀଙ୍କ ଲଙ୍କାକାଣ୍ଡ

Chhattisgarh's Gariabandha Pipalkhuta Maoist riots.
ମାଲକାନଗିରି------ କିଛିଦିନ ପରେ ପୁଣି ମାଓବାଦୀଙ୍କ ହିଂସାକାଣ୍ଡ ଜାରି କରିଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଗରି‌ଆବନ୍ଧ ପିପଲଖୁଟାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ପୁଣି ମାତିଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ପରେ ଠିକାଦାର ଙ୍କ ସୁପରଭାଇଜରଙ୍କୁ ଅପହରଣ ହୋଇଥିବାର ସୁଚନା ମିଳିଛି । ପିପଲଖୁଟା ଗାଁ ନିକଟରେ ୫ ରୁ ଅଧିକ ଗାଡ଼ି ଜାଳିଦେଲେ ମାଓବାଦୀ। ଜଳସେଚନ ବିଭାଗର କେନାଲ କାମରେ ନିୟୋଜିତ ଗାଡ଼ିକୁ ଜାଳିଦେଲେ ମାଓବାଦୀ । କେନାଲ କାମରେ ନିୟୋଜିତ ଥିଲା ଏହି ସବୁ ଗାଡ଼ି। ମାଓବାଦୀ କେନାଲ କାମକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଥିବା ସୁପରଭାଇଜରକୁ ଅପହରଣ କରିଛନ୍ତି ମାଓବାଦୀ। ଗତକାଲି ମାଓବାଦୀଙ୍କ ସହିଦ ସପ୍ତାହର ଶେଷ ଦିନ ଥିବା ବେଳେ ନକ୍ସଲ ଏଭଳି ହିଂସାତ୍ମକ ହୋଇପଡିଥିଲେ। ଶହେରୁ ଉର୍ଦ୍ଧ୍ବ ନକ୍ସଲ ଏହି ଘଟଣା ଘଟାଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଁଚି ନଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। 
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ, ୯/୧୨/୨୦୨୧---୧୦,୦୦   Sakhigopal News,9/12/2021

Blog Archive

Popular Posts