Breaking News

ମାନସିକ ବିକୃତ ମହିଳାଙ୍କୁ ସମ୍ବଲପୁର ପରିଚୟ ଅନୁଷ୍ଠାନ ଉଦ୍ଧାର କଲା

The Sambalpur identity institution rescued the mentally ill woman.


ବଲାଙ୍ଗୀର----- ବଲାଙ୍ଗୀର ଜିଲ୍ଲା ଏକଦା ଭୋକର ଭୂଗୋଳ ଭାବରେ ପରିଗଣିତ ହେଉଥିବ ବେଳେ ଏବେ ପୁଣି ଭୋକର କରୁଣ ଚିତ୍ର ସାମ୍ନାକୁ ଆସିଛି। ଜଣେ ମାନସିକ ବିକୃତ ମହିଳା ଖାଉଛନ୍ତି ପଚା ସଢା ଖାଦ୍ୟ ଏନେଇ ସାମାଜିକ ଗଣମାଧ୍ୟମରେ ବେଶ ଭାଇରଲ ହୋଇଥିଲା ତେବେ ଖବର ପାଇବା ପରେ ଆଜି ସମ୍ବଲପୁର ପରିଚୟ ଅନୁଷ୍ଠାନ ର ସଦସ୍ୟ ବିପିନ ବିହାରୀ ପଣ୍ଡା ଆସି ଏହି ମହିଳା ଜଣଙ୍କୁ ଉଦ୍ଧାର କରିଛନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରସଂଶା ର ସୁଅ ଛୁଟୁଛି।ତେବେ ଅସହାୟ ମହିଳା ଅଳିଆ ଗଦା ରୁ ଖାଇବା ଖୋଜି ପଚି ସଢ଼ି ଯାଇଥିବା ଖାଦ୍ୟ ଗୋଟାଇ ଖାଉଥିବାର ଚିତ୍ର  ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଫେଲ ମାରି ଥିବାର ଲୋକେ ଆଲୋଚନା କରିଛନ୍ତି।। ଯାହା ଆମ ସଭ୍ୟ ସମାଜ କୁ ବିଚଳିତ କରିଛି।  ଗରିବ ଅସହାୟଙ୍କ  ପାଇଁ ଥିବା ସରକାରୀ ଯୋଜନାର ରୂପାୟନ ଉପରେ ପ୍ରଶ୍ନ ଛିଡା କରିଛି। ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ  ଜାତୀୟ ରାଜପଥ ୨୬ ମହଗାଁ ନିକଟରୁ ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଗତକାଲି ଆସିଥିଲା।

ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୧୭/୧୨/୨୦୨୧---୯,୪୫ Sakhigopal News,17/12/2021

Blog Archive

Popular Posts