Breaking News

ନୀଳାଚଳ କୃଷକ ମହାସଂଘର ଜୱାଦ କ୍ଷତିପୁରଣ ଓ ଫନି ସହାୟତା ସିବିଆଇ ତଦନ୍ତ ଦାବିରେ ଗଣଧାରଣା ଓ ପ୍ରତିବାଦ ସଭା


 Nilachal Krishak Mahasanghar Jawad Compensation and Financial Aid CBI probe.


ସାକ୍ଷୀଗୋପାଳ -----  ଜୱାଦ ବାତ୍ୟାରେ ଧାନ ଫସଲ କ୍ଷୟକ୍ଷତି ଚାଷୀ ମାନଙ୍କୁ ତୁରନ୍ତ ପ୍ରଦନା ସହ ଫନି ସହାୟତା ସିବିଆଇ ତଦନ୍ତ ସହିତ ବିଭିନ୍ନ ଦାବୀ ନେଇ ନୀଳାଚଳ କୃଷକ ମହାସଂଘ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା  । ନୀଳାଚଳ କୃଷକ ମହାସଂଘର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର ଓ ସତ୍ୟବାଦୀ ବ୍ଳକ ସଭାପତି ଶୁଶାନ୍ତ କୁମାର ଶତପଥିଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ମାନେ ହାତରେ ବିଭିନ୍ନ ପ୍ଳାକାର୍ଡ ଧରି ବଜାର ଦେଇ ପ୍ରାୟ ୩କିମି ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ରାସ୍ତାରେ ଗଣଧାରଣା ଦେବା ସହ ପ୍ରତିବାଦ ସଭା କରିଥିଲେ । ନୀଳାଚଳ କୃଷକ ମହାସଂଘର ସଭାପତି ଗୋପିନାଥ ମିଶ୍ର ଯୋଗଦେଇ କହିଥିଲେ ଫନି ଯିବାର ଅଡେଇବର୍ଷ ପରେ ବି ଲୋକମାନେ କହିଁକି ପଲିଥିନି =ତଳେ ରହିଛନ୍ତି । ସେମାନେ ଫନି ସହାୟତାରୁ ଆଜି ବି ବଞ୍ଚିତ ଅଛନ୍ତି । ଏଣୁ ଫନି =ସହାୟତାରେ ନିଶ୍ଚୟ ଅନିୟମିତତା କରାଯାଇଛି ତୁରନ୍ତ ସବିଆଇ ତଦନ୍ତ କରିିବା ସହ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ଜୱାଦ ବାତ୍ୟାରେ ବର୍ଷା ଯୋଗୁ ପାଚିଲା ଧାନ ଫସଲ ନଷ୍ଟ ହୋଇଥିଲା । ତୁରନ୍ତ କ୍ଷତି ପୂରଣ ନ ମିଳିବା ପର୍ଯ୍ୟନ୍ତ ଏହି ଗଣଧାରଣା ଚାଲିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭବାନୀଶଙ୍କର ପରିଡା, ଉଗ୍ରସେନ ବିଶ୍ୱାଳ, ସøମ୍ୟରଞ୍ଜନ ବଳିୟାରସିଂ, ହାଡିବନ୍ଦୁ ମହାପାତ୍ର, ଗଣେଶ୍ୱର ସାହୁ, ବୁଧିନାଥ ମଲ୍ଲିକ, ଲିଙ୍ଗରାଜ ବର, ଫଗୁ ଚରଣ ପରିଡା  ପ୍ରମୁଖ +ଉପସ୍ଥିତ ରହିଥିଲେ ।  ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର  ପ୍ରଧାନ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ଏସଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ସହିତ =ମହାସଂଘର ସଭାପତି ଶ୍ରୀ ମିଶ୍ରଙ୍କ ସହିତ ଏକ ୪ଜଣିଆଟିମ ତହସିଲ କାର୍ଯ୍ୟାଳୟ ପରିସରରେ ଆଲେଚନା କରାଯାଇଥିଲା । ନିସ୍ପତି ଅନୁଯାୟୀ ଅତିରିକ୍ତ ଏସପିଙ୍କ ନେତ୍ୱତୃରେ ଏକଟିମ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଆଲେଚନା ପାଇଁ ଏକ ଦିନ ଧାର୍ଯ୍ୟ କରାଯିବ ।  ପରେ ପରେ ପୂରୀ ଜିଲ୍ଲାପାଳଙ୍କ ସହିତ ମହାସଂଘର ଏକ ଟିମ ଆଲେଚନା କରାଯିବ ବୋଲି ନିସ୍ପତି ହୋଇଥିଲା । ସମସ୍ତ ଅଧିକାରୀ ମାନେ ଗଣଧାରଣା ସ୍ଥଳକୁ ଆସି ଏହା କହିବାପରେ ଗଣଧାରଣା ସ୍ଥଗତି ରଖାଗଲା ବୋଲି ମହାସଂଘର ସଭାପତି ଶ୍ରୀ ମିଶ୍ର ଘୋଷଣା କରିଥିଲେ । । ସେହିପରି ତହସିଲଦାର ଶ୍ରୀ ଜୟସିଂ କହିଥିଲେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜୱାଦ କ୍ଷୟକ୍ଷତି ଆକଳନ ଚାଲିବା ସହ ଚାଷୀ ମାନେ ଦରଖାସ୍ତ କରୁଛନ୍ତି ବହୁ ଶିଘ୍ର ଏହା ସମାଧାନ କରାଯିବ ବୋଲି ଗଣଧାରଣା ସ୍ଥଳରେ କହିଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପ=ତି, ୨୨/୧୨/୨୦୨୧----୯,୧୫ 

 Sakhigopal News, 22/12/2021

Blog Archive

Popular Posts