Breaking News

ଭଂଜନଗର ରେ ବିଜେପି ର ମିଶ୍ରଣ ପର୍ବ ..... ବିଜେପି ରେ ମିଶିଲେ ଯୁବନେତା - ଅଯୋଧ୍ୟାନାଥ

BJP's merger party in Bhanjanagar ..... Youth leader joins BJP - Ayodhya Nath

ଭଞ୍ଜନଗର---- ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଗୁଡିକର ଘର ସଜଡ଼ା ପର୍ବ ଆରମ୍ଭ ହୋଇଛି । ଅନ୍ୟ ଦଳର  ନେତା ଓ କର୍ମୀଙ୍କୁ ମନାଇ , ନିଜ  ସପକ୍ଷକୁ ଆଣିବା ପ୍ରକ୍ରିୟା  ଆରମ୍ଭ ହୋଇଛି । ଆଉ କିଛି ନେତା ଓ କର୍ମୀ , ଦଳୀୟ ଉପେକ୍ଷା ରେ ଅତିଷ୍ଠ ହୋଇ  ନିଜ ସମର୍ଥକଙ୍କ ସହ ଅନ୍ୟ ଦଳରେ ଯୋଗଦେବା ଆରମ୍ଭ କରିଛନ୍ତି । ଉଦ୍ଦେଶ୍ୟ  ହେଉଛି ଆସନ୍ତା ପଞ୍ଚାୟତ  ନିର୍ବାଚନରେ ନିଜ ନେତୃତ୍ବର ସ୍ଥିତି ଜାହିର୍ କରିବା ଓ ଦଳୀୟ ସଫଳତା । ନିର୍ବାଚନ ପାଇଁ ସମ୍ଭାବ୍ୟ ତାରିଖ ଯେତିକି ପାଖେଇ ଆସୁଛି ରଣନୀତି ସେତିକି ଶାଣିତ ହେଉଛି ।  ସେହି କ୍ରମରେ ଏବେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ  ଦେଖିବାକୁ ମିଳିଛି ଏମିତି କିଛି ରାଜନୈତିକ ଘଟଣା । ପୂର୍ବରୁ କଂଗ୍ରେସ ଦଳରେ ସକ୍ରିୟ ଥିବା ଯୁବନେତା ଅଯୋଧ୍ୟା ନାଥ ମହାପାତ୍ର(ଗତି) ମଙ୍ଗଳବାର ଏକ ବିଶାଳ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସ୍ଥାନୀୟ ଜେଲ ପଡ଼ିଆ ଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ମହାମିଶ୍ରଣ ପର୍ବରେ ଯୋଗଦେଇ ବିଜେପି ରେ ସାମିଲ୍ ହୋଇଛନ୍ତି ।  ବିଭିନ୍ନ ପଞ୍ଚାୟତର ୧୨ଶହରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ବିଜେପି ଦଳରେ ନୂଆଁ ଆଶା ସଞ୍ଚାର  ହୋଇଛି । ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ବିଜେପି ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲିକ,ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତ ସିଂହାର,ଉପସଭାପତି ଅନିତା ଶୁଭଦର୍ଶିନୀ,ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ,ପୂର୍ବତନ ବିଧାୟକ ପ୍ରାର୍ଥୀ ପଦ୍ୟୁମ୍ନ ନାୟକ, ବିନାୟକ ତ୍ରିପାଠୀ, ନୀଳ ମାଧବ ପାତ୍ର, ସନ୍ତୋଷ ତିଆଡ଼ି ଓ ଅନ୍ୟମାନେ ମଞ୍ଚରେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପି ନେତୃବୃନ୍ଦ ଗର୍ଜିବା ସହ , କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଅବଗତ କରିଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେପିକୁ ବହୁ ଜନ ସମର୍ଥନ ଦେଇ  ଦଳକୁ ବିଜୟୀ କରିବାକୁ ବକ୍ତାମାନେ କହିଥିଲେ ।କଂଗ୍ରେସ ଦଳ ତାର ପୂର୍ବ ସତ୍ତା ହରାଇଥିବା ବେଳେ ଦଳୀୟ ସଙ୍ଗଠନ ଦୁର୍ବଳ ହୋଇ ପଡିଥବାରୁ ବିଜେପିରେ ସାମିଲ ହୋଇଥିବା ଅଯୋଧ୍ୟା ନାଥ ମହାପାତ୍ର  ନିଜ ପ୍ରତିକ୍ରିୟାରେ କହିଥିଲେ । ବିଭିନ୍ନ ପଞ୍ଚାୟତର ବହୁ ସରପଞ୍ଚ, ସମିତି ସଭ୍ୟ ସମେତ ପ୍ରାୟ ୪ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳାକର୍ମୀ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୨/୨୦୨୧---୯,୨୦  Sakhigopal News,21/12/2021

Blog Archive

Popular Posts