୨୦ ଲିଟର ମଦ ଜବତ ସହ ଜଣେ ଗିରଫ
Arrested with 20 liters of alcohol confiscated
ଭଞ୍ଜନଗର---- ତାରସିଂ ଥାନା ଅନ୍ତର୍ଗତ କୁରୁତୋଇ ଗ୍ରାମ ନିକଟ ଏକ ପାନ ଦୋକାନ ୨୦ ଲିଟର ଦେଶୀମଦ ଜବତ ସହ ଦୋକାନ ମାଲିକକୁ ଗିରଫ କରିଛି ତାରସିଂ ପୁଲିସ । ସେ ହେଲେ କୁରୁତୋଇ ଗ୍ରାମର ଧୁବ ନାୟକ । ଖବର ନେବାରେ ଧୁବ ବହୁ ଦିନ ହେଲା ଉକ୍ତ ପାନ ଦୋକାନରେ ବେଆଇନ୍ ଭାବେ ଦେଶୀମଦ ବିକ୍ରି କରି ଆସୁଥିଲେ । ତାରସିଂ ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ କୈଣସି ସୁତ୍ରରୁ ଖବର ପାଇ ଉକ୍ତ ଦୋକାନ ଉପରେ ଚଢାଉ କରାଯାଇଥିଲା ବୋଲି ତାରସିଂ ଥାନା ଅଧିକାରୀ ଶ୍ରୀ ଦାଶ ସୁଚନା ଦେଇଥିଲେ ।ଏହି ଘଟଣାକୁ ନେଇ ତାରସିଂ ଥାନାରେ ୩୪୪/୨୧ରେ ଏକ ମାମଲା ରୁଜୁ କରାଯାଇ ଥିବା ଶ୍ରୀ ଦାଶ କହିଛନ୍ତି ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୨/୨୦୨୧---୮,୪୫
Sakhigopal News,21/12/2021