Breaking News

ଜଟଣୀ ଗଣେଶ ମହୋତ୍ସବ ପାଇଁ ଭୂମି ପୂଜନ ଅନୁଷ୍ଠିତ

 
ଜଟଣୀ : ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଅବସରରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଭିତ୍ତିକ ଭାଇଚାରା ସମ୍ପର୍କକୁ ପାଥେୟ କରି ଜନସାଧାରଣଙ୍କ ମନୋରଞ୍ଜନ ନିମିତ୍ତ କଳିଙ୍ଗ ଯୁବ ପରିଷଦ ଆନୁକୂଲ୍ୟରେ ଗଣେଶ ମହୋତ୍ସବ ମହାଆଡମ୍ବର ସହକାରେ ପାଳନ ହେଉଛି ।  ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖରୁ ୭ ସେପଟେମ୍ବର ପର୍ଯ୍ୟନ୍ତ ଏହି ମହୋତ୍ସବ ପାଇଁ ଆୟୋଜକ କମିଟି ଅଣ୍ଟା ଭିଡିଛନ୍ତି l ଏ ନେଇ ପବିତ୍ର ଗୁଣ୍ଡିଚା ଯାତ୍ରା ଅବସରରେ ବିଧିବିଧାନ ପୂର୍ବକ ପ୍ରାଣନାଥ ଉଚ୍ଚବିଦ୍ୟାଳୟ ନାମରେ ଥିବା ଜମିରେ ଅବସ୍ଥିତ ଶରତ ପାଇକରାୟ ଷ୍ଟାଡିୟମ ପରିସରରେ ଅନୁଷ୍ଠାନର ସଭାପତି ରବିନାରାୟଣ ଦାଶଙ୍କ ପୌରହିତ୍ୟରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ଯ ତଥା ଜିଲ୍ଲା ବିଜେପି ସଭାପତି ବିଶ୍ଵ ରଞ୍ଜନ ବଡଜେନା, ସାଂସଦଙ୍କ ପ୍ରତିନିଧି ସତିଶ ଶର୍ମା, ଜିଲ୍ଲା ପରିଷଦ ସଭ୍ଯ ଅନାଦି ସାହୁ, ମଣ୍ଡଳ ପ୍ରତିନିଧି ପ୍ରଶାନ୍ତ ରବି ବେହେରା, ଲିଟୁ ରଞ୍ଜନ ରାଉତରାୟ, ନଗର ବିଜେପି ସମ୍ପାଦକ ପରେଶ ପଟ୍ଟନାୟକ, ମହିଳା ମୋର୍ଚ୍ଚା ନେତ୍ରୀ ନିରୂପମା କର ପ୍ରମୁଖ ଯୋଗଦେଇ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ଆଇନଜୀବୀ ସମୀର ଜେନା, ଆବାହକ ସୀତାକାନ୍ତ ନାୟକ, ସୁଶାନ୍ତ ସାମନ୍ତରାୟ, ବ୍ଲକ୍ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ରୋଶନ ଦାସ, ବଦ୍ରିନାରାୟଣ ଦାଶ, ପୁରୁଷୋତ୍ତମ ଜେନା, ବୁଲୁ ସାହୁ, ଆଇନଜୀବୀ ଜୟପ୍ରକାଶ ତ୍ରିବେଦୀ, ସୁରେଶ ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରା ଙ୍କ ରିପୋର୍ଟ,୩୦/୬/୨୦୨୫----୮,୨୫ Sakhigopal News,30/6/2025

Blog Archive

Popular Posts