Breaking News

ମହିଳାଙ୍କୁ ଉଦ୍ଧାରକରି ଆଶ୍ରୟସ୍ଥଳୀରେ ରଖିଲେ ସମାଜସେବୀ



ଡେଲାଙ୍ଗ ----- ହାଟ ଡେଲାଙ୍ଗ ଅଞ୍ଚଳରେ ବୁଲୁଥିବା ବାଲେଶ୍ୱର ଅଞ୍ଚଳର ଜୈନିକା ନିରାଶ୍ରୟା ମହିଳାଙ୍କୁ ଉଦ୍ଧାରକରି ସମାଜସେବୀ ମାନେ ଆଶ୍ରୟସ୍ଥଳିରେ ଛାଡିଛନ୍ତି । ଗତ ଦେଢମାସ ଧରି ଏହି ମହିଳା ଜଣକ ହାଟଡେଲାଙ୍ଗ ଅଞ୍ଚଳରେ ବୁଲୁଥିବା ବେଳେ କେତେକ ଯୁବକ ତାକୁ ଏକ ମଣ୍ଡପରେ ରଖାଇବା ସହ ତାର ଦେଖାରଖା କରୁଥିଲେ । ଏ ସମ୍ପର୍କରେ ସୁଚନା ପାଇ ପିପିଲି ଅଞ୍ଚଳର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ( ସେବା ହିଁ ଜୀବନର ଲକ୍ଷ୍ୟ)ର ମୁଖ୍ୟ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ସମାଜସେବୀ ରଶ୍ମୀ ରଞ୍ଜନ ମିଶ୍ର,ଅଜୟ ବେହେରା,ବାଦଲ ବେହେରା,ରାକେଶ କୁମାର ପରିଡା ,ଜ୍ଞାନେନ୍ଦ୍ର ପରିଡା,ଦୀପିକା ରାଉତ ପ୍ରମୁଖ ହାଟ ଡେଲାଙ୍ଗରେ ପହଞ୍ଚି ମହିଳାଙ୍କୁ  ପ୍ରଥମେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବା ସମ୍ପର୍କରେ ଡାକ୍ତରଙ୍କ ଠାରୁ ସୁଚନା ପାଇବା ପରେ ସମାଜସେବୀ ମାନେ ସେଠାରେ ତାର ଚିକିତ୍ସା କରାଇବା ସହ ଔଷଧ କିଣି ଦେଇଥିଲେ । ଏସମ୍ପର୍କରେ ସେମାନେ ଡେଲାଙ୍ଗ ପୁଲିସକୁ ଅବଗତ କରାଇବା ସହ ଜଟଣୀ ଥାନା ଅର୍ନ୍ତଗତ ରାଣିପୁର ଛକ ବାପା ମା ଆଶ୍ରୟସ୍ଥଳୀରେ ମହିଳାଙ୍କୁ ନେଇ ଆଶ୍ରୟ ଦେଇଥିଲେ । ମହିଳାଙ୍କ ନାମ କୁମକୁମ ଓ ତାଙ୍କ ଘର ବାଲେଶ୍ୱର ହୋଇଥିବା ମହିଳାଙ୍କ ଠାରୁ ସୁଚନା ମିଳିଛି । ମହିଳାଙ୍କ ସମ୍ପର୍କରେ ତାଙ୍କ ପରିବାରକୁ ସୁଚନା ଦେବା ସହ ତାଙ୍କୁ ଘରକୁ ନେବା ପାଇଁ ସମାଜସେବୀ ପ୍ରକାଶ ଅନୁରୋଧ କରିଛନ୍ତି । ଏଠାରେ ସୁଚନା ଥାଉକି ଡେଲାଙ୍ଗ ଥାନା ଅର୍ନ୍ତଗତ ହାଟଡେଲାଙ୍ଗ ବଜାର ଅଞ୍ଚଳରେ ରାସ୍ତା କଡରେ ବୁଲୁଥିବା ଜଣେ ଅପରିଚିତା ନିରାଶ୍ରୟା ମହିଳାଙ୍କୁ ଅଞ୍ଚଳବାସୀ ଲକ୍ଷ୍ମୀ ମଣ୍ଡପରେ ରଖି ଆଶ୍ରୟ ଦେଇଥିଲେ । ମହିଳା ଜଣକ ସୋମବାରଦିନ ନିଜର ନାମ କୁମକୁମ ବୋଲି କହୁଥିବା ବେଳେ ତାଙ୍କ ଘର ବାଲେଶ୍ୱର ର ତଳିକିଆ ଅଞ୍ଚଳର ବୋଲି ପଚାରିବାରୁ ସେ କହିଥିଲେ । ତେବେ ସ୍ଥାନୀୟ ଅଞ୍ଚଳର ଜଟାଧାରୀ ବେହେରା ଖାଇବାକୁ ଦେବା ସମୟରେ ତାର ନାମ ଓ ଠିକଣା ପଚାରି ବୁଝି ନେଇଥିଲେ ।  ତେବେ ସ୍ୱେଛାସେବୀ ମାନେ ମହିଳାଙ୍କୁ ଉଦ୍ଧାର କରି ତାଙ୍କ ପରିବାରକୁ ଖବର ଦେଇଥିବା ସଂଗଠନର ମୁଖ୍ୟ ପ୍ରକାଶ କୁମାର ସାହୁ କହିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୧/୧୨/୨୦୨୧----୮,୦୫    Sakhigopal News ,31/12/2021

Blog Archive

Popular Posts