Breaking News

ସତ୍ୟବାଦୀରେ କଙ୍ଗାରୁ କୋର୍ଟ; ଧାନ କାଟିବା ସମୟରେ ବାପା , ପୁଅ ଓ ମାକୁ ମାଡ ,ଘର କାନ୍ଥ ଭାଙ୍ଗିଦେଲେ



ସାକ୍ଷୀଗୋପାଳ ------ଏବେ ବି ଗ୍ରାମ ମାନଙ୍କରେ ଏକଘରିଆ ବା କଙ୍ଗାରୁ କୋର୍ଟ ଚାଲିଛି । ପ୍ରଶାସନ ଜାଣି କି ଏହା ଚାଲିଛି ।  ପୁରୀ ଜିଲ୍ଲାର  ସତ୍ୟବାଦୀ ଥାନା ଅନ୍ତର୍ଗତ ମଧୁବନ ଗ୍ରାମର ସୁରୁଜିପୁର ଗ୍ରାମରେ କଙ୍ଗାରୁ କୋର୍ଟ  ନିସ୍ପତି ଅନୁଯାୟୀ ବାପା, ମା ଓ ପୁଅକୁ ମାଡ ମାରିବା ସହ ଘର କାନ୍ଥ ଭାଙ୍ଗି ଦେଇଥିବା ଜଣାପଡିଛି   । ଅନେକ ଦିନ ହେବ ଏକ ଗ୍ରାମର ଜମ୍ବେଶ୍ୱର ବରାଳଙ୍କ ପରିବାରଙ୍କୁ ଏକ ଘରକିଆ କରିବା ସହ ଦେକାନ,ସେବା ମଠ, ମନ୍ଦିର ସବୁ ବନ୍ଦ କରାଯାଇଛି । ଯାହାକୁ ନେଇ ସତ୍ୟବାଦୀ ଥାନା ସହିତ, ଏସଡିପିଓ ପିପିଲି ଓ ପୁରୀ ଏସପି, ପୁରୀ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଜମ୍ବେଶ୍ୱର ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଗ୍ରାମର କିଛି ଯୁବକ ମାନେ ଏହାର ନେତୃତ୍ୱ ନେଇ  ଉକ୍ତ ପରିବାର ବାରମ୍ବାର ହଇରାଣ ହରକତ କରିବା ସହିତ ନଡିଆ,  ଥୋଡୁଅ ଧାନ କାଟି ନେବାସହ ନେଇଥିବା ବେଳେ ଏବେ ଶ୍ରୀ ବରାଳଙ୍କ ଚାଷ ଜମିରୁ ୨୦ କୁଇଣ୍ଟାଲ ପାଚିଲା ଧାନ କାଟି ନେଇଥିଲେ । ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ ଶ୍ରୀ ବରାଳ କହିଥିଲେ ।   ଆଜି ଜମ୍ବେଶ୍ୱର ବରାଳ( ୭୬)ବର୍ଷ ଓ ତାଙ୍କ ପୁଅ ବିଭୁତି ଭୂଷଣ ବରାଳ (୪୩)ବର୍ଷ  ନିଜ ଚାଷ ଜମିରେ ଧାନ କାଟୁଥିବା ସମୟରେ  ଗ୍ରାମର ପୁରୁଷ ମହିଳା ମାନେ ଲୁହାଛଡ ଓ ଠେଙ୍ଗାରେ ବିଲରୁ ମାଡ ମାରି ଘରକୁ ଆଣିଥିଲେ ।  ମାଡ ମାରୁଥିବା ଦେଖି  ଜମ୍ବେଶ୍ୱର ବରାଳଙ୍କ ସ୍ତ୍ରୀ ତିଲୋତ୍ତ୍ରମା ବରାଳ (୭୪)ବର୍ଷ ଏହାକୁ ବିରୋଧ କରିବାରୁ  ତ୍ରିଲୋତମାଙ୍କୁ  ମାଡ ମାରିଥିଲେ । ଏପରିକି ଏହି ତିନି ଜଣଙ୍କୁ ମାଡ ମାରି ଘରେ ପକାଇ ଦେଇଥିଲେ । ଖବର ପାଇ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚି  ତିନି ଜଣଙ୍କୁ  ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ପାଇଁ ଭତ୍ତି କରିଥିଲେ । ସେଠାରେ ଏମାନଙ୍କ ଅବସ୍ଥା ଗୁରୁତର ହେବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।  ଏ ସମ୍ପର୍କରେ ସତ୍ୟବାଦୀ ପୋଲିସ ଜଣଙ୍କୁ ଥାନାରେ ଅଟକ ରଖିଥବା ଜଣାପଡିଛି ।  ଖବର ଲେଖା ହେଲା ବେଳକୁ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୧୨/୨୦୨୧---୭,୫୫   Sakhigopal News, 31/12/2021


Blog Archive

Popular Posts