Breaking News

ଅଟେ ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକଙ୍କ ମୃତ୍ୟୁ

   The bike collided head-on, killing the biker                
 ଭଞ୍ଜନଗର --ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉସ୍ତିଆ ଗ୍ରାମର ଦାମୋଦର ଦଳେଇ ବାଇକ୍ ରେ ଯାଉଥିବା ବେଳେ ,ଅଟୋ ସହ ମୁହାଁମୁହିଁ ଧକ୍କା ଲାଗିଥିଲା । ସେଥିରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ଖବର ନେବାରେ ଦାମୋଦର ଏକ ବାଇକରେ ନିଜ ଗ୍ରାମ ଉସ୍ତିଆ ରୁ ସ୍ତ୍ରୀ ଙ୍କୁ ନେଇ ବେଲଗୁଣ୍ଠା ଅଭିମୁଖେ ଯାଉଥିଲେ ।  ବିପରୀତ ଦିଗରୁ ଆସୁଥିବା ଅଟୋ ଟି ଉସ୍ତିଆ ଗ୍ରାମ  ନିକଟରେ ଦୁଘର୍ଟଣା ଘଟାଇଥିଲା ।ଅଟୋ ବାଇକ୍ ମୁହାଁମୁହିଁ ହେବାରୁ ବାଇକ ଚାଳକ ଦାମୋଦର ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦାମୋଦରକୁ ଚିକିତ୍ସା କରୁଥିବା ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ବେଲଗୁଣ୍ଠା ପୋଲିସ ଖବର ପାଇ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ  ବ୍ୟବଛେଦ କରାଯାଇଥିଲା । ଏହି ଘଟଣାକୁ ନେଇ ବେଲଗୁଣ୍ଠା ଥାନାରେ ଏକ ମାମଲା ରୁଜୁ ହେଇଥିବା ବେଳେ ଦୁଘର୍ଟଣା ଘଟାଇଥିବା ଅଟୋ ଓ ବାଇକକୁ ଜବତ କରି ଅଧିକ ତଦନ୍ତ ଜାରି ରହିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୧୨/୨୦୨୧----୯,୩୦ 
 Sakhigopal News,24/12/2021

Blog Archive

Popular Posts