Breaking News

ପୂର୍ବ ଶତ୍ରୁତା କୁ ନେଇ ରାସ୍ତା ଉପରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ପଡୋଶୀ

Neighbors chased and killed young people on the street over previous hostilities

 କନ୍ଧମାଳ---- ବାଲିଗୁଡା ଥାନା ଖମଣଖୋଲ ଗାଁ ର ରତିପଡା ସାହି ରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ରତିପଡା ସାହି ର ଦିଲୀପ ନାୟକ ନିଜ ଘର  ସାମ୍ନାରେ ଠିଆ ହୋଇଥିବା ବେଳେ ପଡୋଶୀ ଭୁବନ ନାୟକ ଟାଙ୍ଗିଆ ରେ ହଟାତ ଆକ୍ରମଣ କରିଥିଲେ । ତେବେ ଦିଲୀପ ନିଜକୁ ଟାଙ୍ଗିଆ ଚୋଟ ରୁ ବଞ୍ଚିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଭୁବନ ନାୟକ ଗୋଡେଇ ଗୋଡେଇ ଦିଲୀପ ଙ୍କୁ ଟାଙ୍ଗିଆ ରେ ହାଣିଥିବା ଜଣାପଡିଛି ।  ଶେଷରେ ଦିଲୀପ ତଳେ ପଡିଯିବା ପରେ ଟାଙ୍ଗିଆ ବେଣ୍ଟ ରେ ଛାତି ର ପିଞ୍ଜରା କୁ ଆକ୍ରମଣ କରିଥିଲା ଭୁବନ ନାୟକ । ଦିଲୀପଙ୍କ ଚିତ୍କାର ଶୁଣି ପରିବାର ଓ ସ୍ଥାନୀୟ ବାସିନ୍ଦା ପହଞ୍ଚି ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ମେଡିକାଲ ରେ ଭର୍ତି କରିଛନ୍ତି । ଖବର ପାଇ ପୋଲିସ ତଦନ୍ତ ଜାରି ରଖିଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୯/୧୨/୨୦୨୧----୬,୪୫    Sakhigopal News,29/12/2021

Blog Archive

Popular Posts