ଅଫିସରଙ୍କ ଦୁର୍ନିତୀ ବିରୋଧରେ କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରା, ‘ଜଟଣୀ ତହସିଲଦାର ସର୍ବଗିଳା-ସୁର’
’Congress protests against officer corruption, 'Jatani Tahsildar Sarvagila-Sur'
ଜଟଣୀ,----- ଜଟଣୀର ସହରାଚଂଳ ଓ ଗ୍ରାମାଚଂଳରେ ରହିଥିବା ସରକାରୀ କାର୍ଯ୍ୟାଳୟରେ ଅଫିସରଙ୍କ ଦୁର୍ନିତୀ ଚରମ ସୀମାରେ ପହଁଚିଛି । ଜଗନ୍ନାଥ ଜମି ମାମଲାର କୈାଣସି ସ୍ଥାୟୀ ସମାଧାନ ହୋଇପାରି ନଥିବା ବେଳେ ପକୃତ ଭୂମିହୀନମାନଙ୍କୁ ଘର ଖଣ୍ଡିଏ ମିଳିଲା ନାହିଁ । ମାଫିଆମାନେ ଜଟଣୀର ଚର୍ତୁପାଶ୍ୱର୍ରେ ରହିଥିବା ଶହଶହ ଏକର ସରକାରୀ ଜମିକୁ ମାଫିଆମାନେ ଦିବାଲୋକରେ ଖୋଳି ଚୋରା ମୋରମ, ମାଙ୍କଡା ପଥର ଇତ୍ୟାଦି ଚାଲାଣ କରୁଛନ୍ତି । ମାତ୍ର ତହସିଲଦାର ସବୁଦେଖି ଚୁପ ବସିଛନ୍ତି । ସରକାର ଏଭଳି ଜଣେ ସର୍ବଗିଳା ଅଫିସରଙ୍କୁ ନିଯୁକ୍ତି ଦେଇ ଲୋକମାନଙ୍କ କ୍ଷତି କାହିଁକି କରାଉଛନ୍ତି ବୋଲି ଶୁକ୍ରବାର ମଧ୍ୟାହ୍ନରେ ଜିଲା କଂଗ୍ରେସ କମିଟି ଓ ଜଟଣୀ ନଗର କଂଗ୍ରେସର ମିଳିତ ପ୍ରତିବାଦ ଶୋଭାଯାତ୍ରାରେ ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠନେତା ସୁର ରାଉତରାୟ କହିଛନ୍ତି । ଏକ ଶୋଭାଯାତ୍ରା ମାଧ୍ୟମରେ ଜଟଣୀର ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ଓ ପୈାରପରିଷଦ କାର୍ଯ୍ୟାଳୟରେ ପଶି ଅଫିସରମାନଙ୍କ ଦୁର୍ନିତୀ ବିରୋଧରେ ଏକ ଦାବିପତ୍ର ଅଧିକାରୀମାନଙ୍କୁ ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ । = ସେଠାରେ ତହସିଲଦାରଙ୍କୁ ଦାବିପତ୍ର ଦେବା ବେଳେ ମାଫିଆମାନଙ୍କ ସହିତ ମିଶି ମାତ୍ରାଧୀକ ଦିର୍ନିତୀରେ ସଂପୃକ୍ତରହିଥିବା କହି ତହସିଲଦାରଙ୍କୁ ମଧ୍ୟ ତାଗିଦ କରିଥିଲେ । ସେହିପରି ଜଟଣୀ ପୈାରାଚଂଳ ଓ ଏହାର ଆଖପାଖରେ ରହିଥିବା ୨୭ଟି ଗ୍ରାମର ପ୍ରାୟ ୨ଲକ୍ଷରୁ ଉର୍ଦ୍ଧ୍ୱ ଲୋକେ ଗତ ଜମିକିଣାବିକାରେ ସମସ୍ୟାଗତ ହୋଇଛନ୍ତି । ଏକ ସେଟଲମେଂଟ ଅଫିସରଙ୍କ ତୃଟିଯୋଗୁଁ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ନାମରେ ଗରୀବ ଅସହାୟଙ୍କ ଭିଟାମାଟି ନାମିତ ହୋଇଯାଇଛି । ଫଳରେ ଲୋକମାନେ ସେମାନଙ୍କର ପୈତୃକ ସମ୍ପତିକୁ ମଧ୍ୟ ନିଜର ଜରୁରୀକାଳୀନ ସମୟରେ କିଣାବିକା କରିପାରୁନାହାନ୍ତି । ଏଥି ସହିତ ଜଟଣୀରେ ହେଉଥିବା ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୁର ରାଉତରାୟଙ୍କୁ କୈାଣସି କ୍ଷ୍ରେତରେ ନିମନ୍ତ୍ରଣ କରାଯାଉନଥିବା, କାର୍ଯ୍ୟାଳୟରେ ଅଫିସରମାନଙ୍କ ନିର୍ଦ୍ଧିଷ୍ଟ ଦଳମତ ବିଚାରରେ କାର୍ଯ୍ୟନକରି ଫେରାଇବା ଏବଂ ବିନା ପିସିରେ କାର୍ଯ୍ୟ ନକରିବା ଇତ୍ୟାଦି ଦୁର୍ନିତୀ ବିରୋଧରେ ଆଗକୁ ମଧ୍ୟ ଏହାର ନ୍ୟାର୍ଯ୍ୟଦାବି କରାଯିବ ବୋଲି ସୁର କହିଥିଲେ । ଆଜିର ଏହି ପ୍ରତିବାଦ ଶୋଭାଯାତ୍ରାରେ ଜଟଣୀ ବ୍ଲକ କଂଗ୍ରେସ ସଭାପତି ଧନେଶ୍ୱର ରାଉତରାୟ, ଖୋର୍ଦ୍ଧାବ୍ଲକ କଂଗ୍ରେସ ସଭାପତି ଭୂଷଣ ଛୋଟରାୟ, ଜଟଣୀ ନଗରକଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜ, ବିଧାୟକଙ୍କ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ, ଭୂବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଭାସ୍କର ବାହିନିପତୀ ଓ ପୈାରପରିଷଦର ପୁର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ ପ୍ରମୁଖଙ୍କ ନେତୃତ୍ୱରେ ଛଣଘର ସରପଚଂ ସୁନିଲ ରାଉତରାୟ, ଜ୍ୟୋର୍ତିମୟୀ ଛୋଟରାୟ, ପୁର୍ବତନ କାଉନସିଲର ନୈାସର ଅଲୀ, ବୃନ୍ଦାବନ ସାହୁ, ସୁଲୁ ରଥ, ସଙ୍କେତ ପାଟଶାଣୀ, ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ସମ୍ବିତ କୁମାର ମଙ୍ଗରାଜ, ସୈାମ୍ୟ ଶ୍ରୀଚନ୍ଦନ, ସୁବାଷ ମହାପାତ୍ର, ରାକେଶ ଦାସ, ଦିପ୍ତ ସୁନ୍ଦର ରାଉତରାୟ, ଆଲୋକ ମହାନ୍ତୀ, ମୁନା ବଳିୟାରସିଂହ, ଉଲାସମଣି ମଲିକ, ଅସ୍ରାର ହୁସେନ,ଶବର ଦାସ, ସୁଧାକର ଜେନା,ଦିଲୀପ ପ୍ରଧାନ, ରାଧାରମଣ ଶତପଥୀ, କାଳନ୍ଦୀ ନାୟକଙ୍କ ସହିତ ସମସ୍ତ ପଚାଂୟତର କଂଗ୍ରେସ କର୍ମିମାନେ ଯୋଗଦେଇଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୨୪/୧୨/୨୦୨୧---୧୦, ୩୫ Sakhigopal News, 24/12/2021