Breaking News

ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଡ୍ରୋନ ସାଯାର୍ଯ୍ୟରେ ଔଷଧ ସିଞ୍ଚନ ପରିଦର୍ଶନ




Drone visit to Sakshigopala Agricultural Science Center.


ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ସ୍ଥିତ ଜିଲ୍ଲା କୃଷି ବିଞ୍ଜାନ କେନ୍ଦ୍ର ପରିସରରେ ମୁଖ୍ୟ ବୈଜ୍ଞାନିକ ଡ, ସଞ୍ଜୟ କୁମାର ମହାନ୍ତିଙ୍କ ତତ୍ୱବଧାନରେ ଡ୍ରୋନ ସାହାର୍ଯ୍ୟରେ ମେଡିସିନ ସିଞ୍ଚନ କ୍ଷେତ୍ର ପରିଦର୍ଶନ କରାଯାଇଥିଲା ।ଏହି ଡ୍ରୋନଟି ସମ୍ପୁର୍ଣ୍ଣ ଇଣ୍ଡିଆ ଟୋକୋନୋଲଜିରେ ପ୍ରସ୍ତୁତ କରାଯାଇଛି । ତାମିଲନାଡୁର ଗରୁଡ ଏରୋପ୍ରେସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ୪ଲକ୍ଷଟଙ୍କା ରହିଛି । ଏହାର ଓଜନ ପ୍ରାୟ ୨୪ କିଲୋ । ୧୦ରୁ ୧୫ ମିଟର ଉଚ୍ଚତା ପଯ୍ୟନ୍ତ ଏହା ଉଡିପାରିବ । ୧୦ ଲିଟର ପାଣିକୁ ୧୦ରୁ ୧୫ ମିନିଟି ବଧ୍ୟରେ ପ୍ରାୟ ଏକର ଜମିରେ ମେଡିସିନ ସିଞ୍ଚନ କରିପାରିବ ବୋଲି ଡ୍ରୋନ ପାଇଲଟ ଜନ ପିଟର କହିଛନ୍ତି । ଏହା ବ୍ୟାଟେରି ଚାଳିତ ଅଟୋ । = ଏହା ଏକ ବର୍ଷ ଗ୍ୱାରେଣ୍ଟି ରହିଛି ।  ଏହା ସମ୍ପୁର୍ଣ୍ଣ ପାଇଭରରେ ନିର୍ମିତ ବୋଲି ଡ୍ରୋନ ସହଯୋଗୀ ପାଇଲଟ କାଲିଆର ସନ କହନ୍ତି । ସେହିପରି ଆମ୍ବ, ପଣସ, ଲିଚୁ, ସପୁରୀ, ନଡିଆ, ଧାନ, ପନି ପରିବା ଚାଷ ପାଇଁ ଏହା ବେଶ ସହାୟତା କରି ପାରିବ ବୋଲି ବୈଜ୍ଞାନିକ ଡ. ମହାନ୍ତି କହନ୍ତି । ବଡ ବଡ ଚାଷୀ ମାନେ ଏହି ଡ୍ରେନ ବ୍ୟବହାର କରିବା ନିହାତି ଦରକାର । ଏହି ଡ୍ରେମୋସନ ବେଳେ ସାକ୍ଷୀଗୋପାଳ ସ୍ଥିତ  କୃଷି ଜିଲ୍ଲା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା,  ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ଡ.ଅମ୍ବିକା ପ୍ରସାଦ ନାୟକ, ଡ. ସୁମିତା ଆଚାର୍ଯ୍ୟ, ଡ. ଦୀପାଶିଖା ପରମଜିତ, ନିଭା ମହାପାତ୍ର ସୋନିତାରାଣି ସେଠୀ, ପୁଷାଞ୍ଜଳି ମହାପାତ୍ର, ଆତ୍ମାର ବିଟିଏମ ସୋଲେସ ଦାଶଙ୍କ ସହିତ ଅଗଣୀ ଚାଷୀ ପ୍ରଫୁଲ ମିଶ୍ରଙ୍କ ସହିତ ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟା ଓ ଓୟୁଏଟିର ଛାତ୍ର ମାନେ ଉପସ୍ଥିତ ରହିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧୨/୨୦୨୧ ---୯,୨୦     Sakhigopal News, 29/*12/2021

Popular Posts