Breaking News

ହନୁମାନ ମନ୍ଦିରରୁ ଦୁବୁର୍ତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାରୂପା ଗହଣା ଓ ଦାନବାକ୍ସ

 Hundreds of thousands of rupees worth of gold jewelery and donations were looted from the Hanuman temple.


ସାକ୍ଷୀଗୋପାଳ-----  ସତ୍ୟବାଦୀ ଥାନା ଅନ୍ତର୍ଗତ ନିଉଜଗନ୍ନାଥ ରୋଡର ଆଳିସ ଗ୍ରାମ ମୁଣ୍ଡରେ ତଥା ଶୁକଳ ବସଷ୍ଟାଣ୍ଡ ନିକଟରେ ଥିବା ହନୁମାନ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ କଳାକନା ବୁଲାଇ ଦେଇଛନ୍ତି ଦୁବୁର୍ତ୍ତିମାନେ । ସୁଚନା ଅନୁଯାୟୀ ବୁଧବାର ମନ୍ଦିର ପୂଜାରୀ ଠାକୁରଙ୍କ ସମସ୍ତ ନୀତିକାନ୍ତି ଶେଷ କରି ରାତିରେ ମନ୍ଦିର ଗ୍ରୀଲରେ ଚାବି ପକାଇ ଘରକୁ ଯାଇଥିଲେ । ଗୁରୁବାର ସକାଳେ ଦେଖିଲା ବେଳକୁ ମନ୍ଦିର ଚାବି ଭାଙ୍ଗି ଦୁବୁର୍ତ୍ତ ମାନେ ଠାକୁରଙ୍କ ଦାନ ବାକ୍ସ  ଓ ଠାକୁରଙ୍କ ସୁନା ଓ ରୁପାର  ଆଖି, ବଳା, କିରଟି, ଗଦା ସହିତ ବିଭିନ୍ନ ଅଳଙ୍କାର ସହିତ ଠାକୁରଙ୍କ ବାସନ କୁସନ, ଘଣ୍ଟି, ଘଣ୍ଟପ୍ରଭୃତି ଚୋର ମାନେ ଲୁଟି ନେବାରେ ସଫଳ ହୋଇଛନ୍ତି ।  ଖବର ପାଇ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।  ଆଳିସ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି ।


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୨/୨୦୨୧---୭.୩୦   

 Sakhigopal News,23/12/2021

Blog Archive

Popular Posts