ଓଡ଼ିଶା ସ୍ୱର୍ଣ୍ଣ ରୋପ୍ୟ ଶିଳ୍ପୀ ମହାସଙ୍ଗ ପକ୍ଷରୁ ପ୍ରଶିକ୍ଷଣ ଶିବିର
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତ ର ମହାବୀର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ସ୍ୱର୍ଣ୍ଣରୋପ୍ୟ ଶିଳ୍ପି ମହାସଙ୍ଗ ଆନୁକୂଲ୍ୟରେ ଗ୍ରାମଞ୍ଚଳରେ ହତଶିଳ୍ପୀ କାରିଗରମାନଙ୍କ ଏକପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା କେନ୍ଦ୍ରସରକାର ଙ୍କ ଦ୍ବାରା କିଭଳି ଗ୍ରାମାଞ୍ଚଳ ମାନଙ୍କରେ ବିଭିନ୍ନ ହତଶିଳ୍ପ କାରିଗର ମାନେ ସରକାର ଦ୍ବାରା ପଞ୍ଜି କୁର୍ତ୍ତ ହୋଇଥିବା କାରିଗର ମାନକୁ ଆର୍ଥକ ଓ ମାସିକ କାରିଗରି ଭତା ପାଇବା ପାଇଁ ସରକାରଙ୍କ ପାଖରେ ଦାବିକରିବାସହ ସମସ୍ତ କାରିଗରମାନଙ୍କୁ ଏକ କାରିଗର ପ୍ରମାଣ ସରକାରୀ ପଞ୍ଜିକୃତ କାର୍ଡ ବଣ୍ଟା ଯାଇଥିଲା । କିଭଳି କାରିଗରୀ ପାଇଁ କଞ୍ଚାମାଲ ସରକାରୀ ମାଧ୍ୟମରେ ସୁବିଧାରେ ମିଳିପାରିବ ଓ ତିଆରି ହତଶିଳ୍ପ କୁ ସରକାରୀ ମାଧ୍ୟମରେ ବଜ଼ାରରେ ବିକ୍ରୀ ହୋଇ ପାରିବ ସମସ୍ତେ ସ୍ୱାବଲମ୍ବି ହୋଇପାରିବେ ସେଥିପାଇଁ ସରକାର ଙ୍କ ନିକଟରେ ଦାବି କରାଯାଇଥଲା। ଏଥିରେ ଅନୁଷ୍ଠାନର ସଭାପତି ରମେଶ ଚନ୍ଦ୍ର ସାଥୁଆ, ଉପସଭାପତି- ଶଙ୍କର ପ୍ରସାଦ ସାହୁ, ସମ୍ପାଦକ ଅକ୍ଷୟ କୁମାର ସାଥୁଆ କୋଷାଧ୍ୟକ୍ଷ-ସୁରେନ୍ଦ୍ର କୁମାର ସାହୁ ଉପଦେଷ୍ଟା-ବାମନ ଚରଣ ପୃଷ୍ଟି ଓ କୃଷ୍ଣପ୍ରସାଦ ମହାରଣା ସ୍ଥାନୀୟ ସରପଞ୍ଚ ତ୍ରିନାଥ ମହାପାତ୍ର, ଅନୁଷ୍ଠାନର କାଯ୍ୟକାରିଣୀ ରେଣୁବାଳା ମହାରଣା ଓ ଜୋସ୍ନାରାଣୀ ଜେନା, ସୁଶୀଳ କୁମାର ସାହୁ ଓ ବିଜୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୧୨/୨୦୨୧---୧୦,୫୫ Sakhigopal News26/12/2021
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୧୨/୨୦୨୧---୧୦,୫୫ Sakhigopal News26/12/2021