ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ୪ର୍ଥ ବାର୍ଷିକ ସମ୍ମଳନୀ
Nilachal Nikhilotkal Palagayak Parishad 4th Annual Conference
ସାକ୍ଷୀଗୋପାଳ---ସାକ୍ଷୀଗୋନିନାଥ ମନ୍ଦିର ସମ୍ମୁଖରେ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ଚତୁର୍ଥ ବାର୍ଷିକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ଉପଶାଖା ସତ୍ୟବାଦୀ ପାଲାଗାୟକ ମଣ୍ଡଳ ସାକ୍ଷୀଗୋପାଳ । ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ଯୋଗ ଦେଇ ତାଙ୍କ ଭାଷଣରେ କହିଥିଲେ କଳାକାରର ଅନ୍ୟନାମ ହୋଉଛି ଦରିଦ୍ର, ଏହାର ଅର୍ଥ ଜଣେ କଳାକାର କଳା ପରିବେଷଣ କରି ନିଜର ପରିବାର ପୋଷଣ କରିବା ସହଜ ନୁହେଁ । ସେହିପରି ଯେଉଁଦିନ ପର୍ଯ୍ୟନ୍ତ ଏ କଳା ବଞ୍ଚି ରହିଛି ସେତେଦିନ ପର୍ଯ୍ୟନ୍ତ ଏ ସଂସାଂର ରହିଛି । ଅନ୍ୟତମ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ଗୁରୁ ସଚ୍ଚିଦାନନ୍ଦ ମହାପାତ୍ର, ରାଜ୍ୟ ପାଲା ଗାୟକ ପରିଷଦର ସମ୍ପାଦକବସନ୍ତ କୁମାର ରାଉତ, ନିରଞ୍ଜନ ବାହିନୀପତି, ପୁରୀ ଜିଲ୍ଲା ପାଲା ଗାୟକ ପରିଷଦର ସଭାପତି ଲକ୍ଷ୍ମୀଧର ଦାଶ, ପ୍ରଭାତ କୁମାର ସାହୁ ପ୍ରମୁଖ ଅତିଥି ମାନେ ଯୋଗ ଦେଇ ସାକ୍ଷୀଗୋପିନାଥ ଓ ପଞ୍ଚସଖାଙ୍କ ସ୍ମୃତି ଗାନ କରିଥିଲେ । ସତ୍ୟବାଦୀ ପାଲାଗାୟକ ମଣ୍ଡଳର ସମ୍ପାଦକ ରମେଶ ଚନ୍ଦ୍ର ପଲେଇ ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଅବସରରେ ପାଲାଗାୟକ, ବାୟକ, ପାଳିଆ, ଲେଖିକା ମାନଙ୍କୁ ସମ୍ମାନିତ କରାଯାଇଥିଲା । ଅତିଥି ପରିଚୟ ପ୍ରଦାନ କରିଥିଲେ ବିଜୟ ପଟ୍ଟନାକୟ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଦେବୀ ପ୍ରସାଦ ମହାପାତ୍ର । ଏହି ଅବସରରେ ପାଲା ପରିବେଷଣ କରାଯାଇଥିଲା ।
Sakhigopal News, 19/12/2021