୯ ବସ୍ତା ଭାଙ୍ଗ ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ
Subserted $ 5 buffari with trafficker is the adjective section.
ଡେଲାଙ୍ଗ -------ଡେଲାଙ୍ଗ ଥାନା ଅଧୀନସ୍ଥ ମୁନିନ୍ଦା ଛକରେ ପିପିଲି ଅବକାରୀ ଉପ ନିରୀକ୍ଷକ ରଙ୍କନିଧି ମଲିକଙ୍କ ନେତୃତ୍ୱରେ ଏକ ଟିମ ବିଶେଷ ସୁତ୍ରରୁ ଖବର ପାଇ ଗୋଟେ ଟାଟା ଏସି ଗାଡିକୁ ଚଢଉ କରିଥିଲେ । ସେଥିରେ ଥିବା ୯ବସ୍ତା ଭାଙ୍ଗ ଜବତ କରିବା ସହ ଜଣେ ଅଭିଯୁକ୍ତ ଗିରଫ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୁଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ନବ କିଶୋର କାଫ(୩୫) ଏବଂ ଘର ଖୋର୍ଦ୍ଧା ଜିଲ୍ଲା ପୋଡାଡିହ ଗ୍ରାମରେ ବୋଲି ଜଣାପଡିଛି । =ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଧେଶକ୍ରମେ ଗୁରୁବାର ପିପିଲି ଅବକାରୀ ଉପ ନିରୀକ୍ଷକ ରଙ୍କନିଧି ମଲିକଙ୍କ ନେତୃତ୍ୱରେ ମୁନିନ୍ଦା ଛକରେ ଏକ ଟିମ ଜଗି ବସିଥିଲେ । କଣାସ ରୁ ଏକ ଧଳା ରଙ୍ଗର ଟାଟା ଏସି ଗାଡି ଆସିବା ଜାଣିବା ପରେ ମୁନିନ୍ଦା ଛକରେ ଅବକାରୀ କର୍ମଚାରୀମାନେ ଗାଡିକୁ ଅଟକାଇଥିଲେ । ଗାଡିତଲାସୀ ବେଳେ ପ୍ରାୟ ୯ବସ୍ତା ଭାଙ୍ଗ ଜବତ କରାଯାଇଥିଲା । ଜବତ ଭାଙ୍ଗ ପ୍ରାୟ ୧କ୍ୱିଣ୍ଟାଲ ୫୩କିଲୋ ହୋଇଥିବା ବେଳେ,ଏହାର ମୂଲ୍ୟ ପ୍ରାୟ ୮୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ମିଳିଛି । ଅବକାରୀ ବିଭାଗ ପକ୍ଷରୁ ଏନଡିପିଏସ ଆକ୍ଟ ଅନୁଯାୟୀ କେଶ ନଂ ୬୨/୨୧ରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୯/୧୨/୨୦୨୧----୯,୧୦ Sakhigopal News, 9/12/2021