ଗାଁ ପାଖରେ ବଣୁଆ ହାତୀ ପଲ... ବନବିଭାଗ ପକ୍ଷରୁ ବୁଲିଲା , ସଚେତନ ରଥ
A herd of wild elephants near the village ... wandered by the forest department, alert chariot
ଭଞ୍ଜନଗର-- ଗତ କିଛି ଦିନ ହେଲା ଗାଁ ପାଖରେ ଓ ନିକଟସ୍ଥ ଜଙ୍ଗଲ ରେ ଡେରା ପକାଇଛନ୍ତି ହାତୀପଲ । ନଷ୍ଟ କରୁଛନ୍ତି ଧାନଫସଲ ଓ ପନିପରିବା ଚାଷ । ଚାଷୀ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି , ସ୍ଥାନୀୟ ଲୋକେ ଭୟଭୀତ ଜୀବନ ବିତାଉଛନ୍ତି । ସଂଜ ନଇଁଲେ ଘାରୁଛି ହାତୀ ଭୟ । ରାତିରେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହା଼ଁନ୍ତି ଲୋକମାନେ। ଗତ କିଛି ଦିନ ହେଲା ଏଭଳି ଘଟଣା ଲାଗି ରହିଛି । ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳରେ । ଏବେ ଉଭୟ ହାତୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସୁରକ୍ଷା ଓ ସଚେତନ ପାଇଁ ବନବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳ ମାନଙ୍କରେ ସଚେତନତା ରଥ ପରିକ୍ରମା ଆରମ୍ଭ ହୋଇଛି ।
ଖବର ନେବାରେ ତାରସିଂ ବନାଞ୍ଚଳ ଅଧିନରେ ଥିବା ବିଭିନ୍ନ ଗ୍ରାମ ଜଙ୍ଗଲ ପରିସରେ ଭିତରେ ରହିଥିବାରୁ ହାତୀ ମାନେ ଜଙ୍ଗଲରେ ଖାଦ୍ୟ ନପାଇ ଗାଁ ମୁହାଁ ହେଇ ଧାନ କ୍ଷେତ ଓ ଧାନଖଳାରେ ହାତୀପଲ ପଶି ସେସବୁ ଖାଇବା ସହ ନଷ୍ଟ କରିବାରେ ଲାଗିଛନ୍ତି । କେତେକ ସ୍ଥାନରେ ଘର ଦ୍ବାର ମଧ୍ୟ କ୍ଷତି କରୁଥିବା ଜଣାପଡିଛି । ଏନେଇ ବନବିଭାଗ ପକ୍ଷରୁ ,ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରି ଲୋକଙ୍କୁ ସତର୍କ କରାଉଛନ୍ତି ।
ବଣୁଆ ହାତୀପଲ ଠାରୁ ଦୂରେଇ ରହିବା ସହ , ସେମାନଙ୍କର କୈାଣସି କ୍ଷତି ନକରିବାକୁ ଲୋକଙ୍କୁ ସତର୍କ ସୂଚନା ଦେଉଛନ୍ତି । ହାତୀପଲ ,ଧାନଫସଲ ଓ ଘରଦ୍ବାର ଯଦି କ୍ଷତି କରିଥାନ୍ତି ତାହା ହେଲେ ଅଲଲାଇନ ମାଧ୍ୟମରେ ଅାବେଦନ କରିବା ପାଇଁଁ ତାରସିଂ ବନାଞ୍ଚଳ ଅଧିକାରୀ ଶିବରାମ ନାୟକ ଲୋକଙ୍କୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ ପତକା ଦେଖାଇ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ । କାଯ୍ୟକ୍ରମରେ ବନପାଳ ଦିଲ୍ଲୀପ କୁମାର ଦାଶ,ସମେତ ବନରକ୍ଷୀ ଓ ସ୍ମାର୍ଡ କର୍ମଚାରୀ ଉପସ୍ଥିତ ଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧୨/୨୦୨୧----୯,୦୫
Sakhigopal News,27/12/2021