Breaking News

ସତ୍ୟବାଦୀ ଆର.ଏମ.ସି ଅଧିନରେ ଥିବା ମାର୍କେଟ ୟାର୍ଡ ପରିଦର୍ଶନ କଲେ ; ଆଇଏଏସ ଯାମିନି ଷଡଙ୍ଗୀ

Satyavadi visited the market yard under the RMC; IAS Yamini conspiracy


ସାକ୍ଷୀଗୋପାଳ-----  ରାଜ୍ୟ ସରକାର ଏ ବର୍ଷ  ଖରିଫ  ଧାନ କିଣା ଯେପରି ସ୍ୱୁଚ୍ଛ ହେବ ଏବଂ କେଉଁଠାରେ ଯେପରି ଚାଷୀ ମାନଙ୍କର କୌଣସି ଅସୁବିଧା ନ ହେବ ସେଥିପାଇଁ ସମସ୍ତ ଜିଲ୍ଲାକୁ ଜଣେ ଜେଣ ଆଇଏଏସ ଅଫିସର ନିଯୁକ୍ତି କରିଛନ୍ତି । ଏହି ଅବସରରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ଥିବା ଆର,ଏମ.ସି ଅଧିନରେ ଥିବା ଖରିଫ ଧାନ କ୍ରୟ ମାର୍କେଟ ୟାର୍ଡ ପରିଦର୍ଶନ କରିଛନ୍ତ ଆଇ.ଏ.ଏସ ଯାମିନି ଷଡଙ୍ଗୀ ଏମ ଡି,ଓଏସଏମସିଏଲ ଆଜି ସାକ୍ଷୀଗୋପାଳ ନିୟନ୍ତିତ ବଜାର କମିଟି ପରିସରରେ ମାର୍କେଟ ୟାର୍ଡ ପରିଦର୍ଶନ କରିବା ସହ କୋଭିଡ-୧୯ ପରିଚାଳନା ପାଇଁ କ’ଣ କ’ଣ କରାଯାଇଛି ତାହା ଦେଖିଥିଲେ । ପରିଦର୍ଶନ ସମୟରେ ଏଠାରେ କେତଟି ଧାନ ମଣ୍ଡି ରହିଥିବା , ଚାଷୀ ମାନଙ୍କ ପାଇଁ ରାତ୍ର ରହଣି, ମିଲର, ଓଜନ ମାପ ମେସିନ ସହିତ ବିଭିନ୍ନ ବିସୟରେ ସାକ୍ଷୀଗୋପାଳ ନିୟନ୍ତିତ୍ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟଙ୍କ ଠାରୁ ପଚାରି ବୁଝିଥିଲେ । ଏହା ସହିତ ପୁରୀ ସଦର ବ୍ଳକର ମାଳତୀପାଟପୁର ମାର୍କେଟ ୟାର୍ଡ ପରିଦର୍ଶନ କରିଥିଲେ । ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ ସାହୁ, ସୁବାଷ ଚନ୍ଦ୍ର ନାଥ ଶର୍ମା, ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ,ସହ ଉପନିର୍ବନ୍ଦକ ସମବାୟ ସମିତି ସମୁହଭୀମସେନ ସାହି, ଅତିରିକ୍ତ ଉପନିର୍ବନ୍ଦକ ସମବାୟ ସମିତିର ସମୁହ ସୁରୂପ କର , ସିଏସଓ ସୁବୋଧ ହୋତା ଓ ସାକ୍ଷୀଗୋପାଳ ନିୟନ୍ତିତ ବଜାର କମିଟିର ଆକଉଣ୍ଟ ଣ୍ଡା ଜଗତ ଜ୍ୟୋତି ସାହୁ ଓ ସୁରେନ୍ଦ୍ର ଦତ୍ତପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୧୨/୨୦୨୧----୧୦,୩୦ Sakhigopal News,21/12/2021

Blog Archive

Popular Posts