ସତ୍ୟବାଦୀ ବ୍ଳକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର
Satyavadi Block Level Recruitment Counseling Camp.
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ପରିସରରେ ବ୍ଳକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିରକୁ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା ଓ ଜିଲ୍ଲାପରିଷଦ ସ୍ୟ ପ୍ରହଲ୍ଲାଦ ଘଟୁଆରୀ ଜଗନ୍ନାଥଙ୍କ ପାଖରେ ପୁଷ୍ପମାଲ୍ୟ ଅର୍ପଣ କରି ବା ସହ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜିଲ୍ଲା ଦକ୍ଷତା ବିକାଶ ସଂଯୋଜକ ପିୟ ଦର୍ଶନ ଜେନା ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସତ୍ୟବାଦୀ ବ୍ଳକ ବିପିଏମ ଶାଶ୍ୱତୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । = ଓରମାସ ଡି.ଆର,ଡି,ଏ ପୁରୀ ଆର୍ଥିକ ସହଯୋଗ କରିଥିବା ବେଳେ ଆୟୋଜକ ରହିଥିଲେ ଓଡିଶା ଜିବିକା ମିଶନ ସତ୍ୟବାଦୀ । ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ର ଯୋଜନାର ୬ଗୋଟି ଅନୁଷ୍ଠାନ ଏହି ପରାମର୍ଶ ଶିବିରରେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ପଞ୍ଚାୟତରୁ ୧୬୫ ଜଣ ଛାତ୍ର ଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ୧୪୫ ଜଣ ବିଭିନ୍ନ ପ୍ରକଳ୍ପ ପାଇଁ ମନୋନୀତ କରାଯାଇଥିଲା । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୧ Sakhigopal News, --22/12/2021
=