Breaking News

ଅବ୍ୟବସ୍ଥା ଘେରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ




ଜଟଣୀ :--ପୌରପରିଷଦ ଅନ୍ତର୍ଗତ ୮ ନଂ ୱାର୍ଡରେ ଅବସ୍ଥିତ "ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଟି ଅବ୍ୟବସ୍ଥା ଘେରରେ ଗତି କରୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅବିଭାବକ l ସୂଚନା ମୁତାବକ ଚଳିତ ଶିକ୍ଷାବର୍ଷର ଗ୍ରୀଷ୍ମ ଅବକାଶ ପରେ ରାଜ୍ୟସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଗତ ତା ୧୭/୦୬/୨୫ ରିଖ ଦିନଟିକୁ ବିଦ୍ୟାଳୟ ପରିଷ୍କାର ପରିଚ୍ଛନ୍ନତା କରି ତା -୧୮/୦୬/୨୫ ରିଖ ଗୁରୁବାର ବିଦ୍ୟାଳୟ ଖୋଲିବା ନିମନ୍ତେ ନିର୍ଦେଶ ଦେଇଥିଲେ l କିନ୍ତୁ ଦୁଃଖର ବିଷୟ ବିଦ୍ୟାଳୟ ଖୋଲିବାର ୧୨ ଦିନ ପରେ ମଧ୍ୟ ଆଜିପର୍ଯ୍ୟନ୍ତ ବିଦ୍ୟାଳୟର ଚତୁର୍ପାଶ୍ୱ ବୁଦା ଜଙ୍ଗଲ ସଫା ହୋଇପାରିଲାନାହିଁ l ଯାହା ଫଳରେ ସାମାନ୍ୟ ବର୍ଷାରେ ବିଦ୍ୟାଳୟରେ ସରୀସୃପଙ୍କ ଭୟର ବାତାବରଣ ଭିତରେ ଗତି କରୁଥିବା ପରିଲିକ୍ଷିତ ହୋଇଛି l ବର୍ତ୍ତମାନ ରାଜ୍ୟରେ ମହାମାରୀର ବାତାବରଣ ଚାଲିଥିବା ବେଳେ ଉକ୍ତ ବିଦ୍ୟାଳୟରେ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନ ଥିବା ଅଭିଯୋଗ ହେଉଛି l ବିଦ୍ୟାଳୟର ଶୁଦ୍ଧ ପାନୀୟ ନିମନ୍ତେ ଅକୁଆଗାର୍ଡ ର ବ୍ୟବସ୍ଥା ଅଛି କିନ୍ତୁ ସେଥିରେ କ୍ୟାଣ୍ଡେଲ ବଦଳା ଯାଉନଥିବା ଅଭିଯୋଗ ହେଉଛି l ମଧ୍ୟାହ୍ନ ଭୋଜନରେ  ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ବିଦ୍ୟାଳୟର ଛାତ୍ରୀ ମାନେ ଅଭିଯୋଗ ଆଣିଛନ୍ତି l ଗତ ୨୦୨୪/୨୫ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରୀ ମାନଙ୍କ ଠାରୁ ଟ୍ରାନ୍ସଫର ସାର୍ଟିଫିକେଟ ବାବଦକୁ ପ୍ରତ୍ୟକ ଛାତ୍ରୀଙ୍କ ଠାରୁ ୨୦୦ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି l ଏହି ଅଭିଯୋଗ ବାବଦରେ ଗଣମାଧ୍ୟମ ପ୍ରତିନିଧି ମାନେ ଅବଗତ ନିମନ୍ତେ ବିଦ୍ୟାଳୟକୁ ଯାଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଦିପ୍ତିମୟୀ ସେଠୀ ମିଟିଂ ରେ ଯୋଗ ଦେବାପାଇଁ ଯାଇଥିବାରୁ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ  ଫୋନ ମାଧ୍ୟମରେ କଲ କରି ପଚାରିବାରେ ତାଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା l ବରଂ ସେ ଗଣମାଧ୍ଯମ ପ୍ରତିନିଧିଙ୍କୁ ବିନା ଅନୁମତିରେ କିପରି ବିଦ୍ୟାଳୟ ମଧ୍ୟରେ ପ୍ରବେଶ କଲେ ବୋଲି ପ୍ରଶ୍ନ କରିଥିଲେ l ଏହି ବାବଦରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନଥିଲା l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ସିଆରସିସି, ସଭାପତି, ବ୍ଲକ ଶିକ୍ଷା ଅଧିକାରୀ ସମସ୍ତଙ୍କ ଜାଣତରେ ଏହି ସମସ୍ତ କାର୍ଯ୍ୟ ଚାଲୁଥିବା ପ୍ରକାଶ କରିଛନ୍ତି l ବିଦ୍ୟାଳୟର ଏହି ଅବ୍ୟବସ୍ଥାକୁ ସୁଧାରିବାକୁ ହେଲେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀ ହସ୍ତକ୍ଷେପ କରି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଉଚିତ ବୋଲି ସ୍ଥାନୀୟ ଜନସାଧାରଣ ମତ ପୋଷଣ କରିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରା ଙ୍କ ରିପୋର୍ଟ,୩୦/୬/୨୦୨୫----୮,୨୦ Sakhigopal News,30/6/2025

Blog Archive

Popular Posts