ଡେଲାଙ୍ଗରେ ବିଜେଡିର୨୫ତମ ପ୍ରତିଷ୍ଠା ଦିବସ ପାଳିତ
Delang celebrates BJD's 25th founding day
ଡେଲାଙ୍ଗ------ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ କୃଷକ ଭବନ ନିକଟରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏଥିରେ ବିଜୁ ଜନତା ଦଳର ଯୁବ, ଛାତ୍ର ଓ ମହିଳା କର୍ମି ବହୁ ସଂଖ୍ୟାରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ।= ବିଜୁ ଜନତା ଦଳ ଲୋକଙ୍କ ଦଳ ସାମାଜିକ କ୍ଷେତ୍ରରେ ବିକାଶ କରି ରାଜ୍ୟବାସୀ ୨୫ବର୍ଷ ଧରି ବିଜେଡି ହାତରେ ଶାସନ ଭାର ଟେକି ଦେଇଛନ୍ତି । ସ୍ୱାସ୍ଥ୍ୟ,ଗମନାଗମନ,ଶିକ୍ଷାଭଳି ଅନେକ ବିକାଶ ମୁଳକ ଯୋଜନା ବିଜୁ ଜନତା ଦଳର ପରିଚୟ ଦେଇଥିବା କହିଥିଲେ । ଡେଲାଙ୍ଗରେ ବିଧାୟକ ରୁଦ୍ରପ୍ରତାପ ମହାରଥି ଓଡିଶାର ବରପୁତ୍ର ବିଜୁବାବୁ ଓ ଦିବଙ୍ଗତ ନେତା ସ୍ୱର୍ଗତଃ ପ୍ରଦୀପ ମହାରଥିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାପର୍ଣ କରିଥିଲେ । ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନାଙ୍କ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସଭାରେ ବିଧାୟକ ରୁଦ୍ର ପ୍ରତାପ ମହାରଥି ଓ ତାଙ୍କ ଧର୍ମପତ୍ନୀ ଜାଗୃତୀ ମହାରଥି,ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ,ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ଉପାଧ୍ୟକ୍ଷ ସ୍ୱପ୍ନା ବଳବନ୍ତରାୟ,ମିଶନଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ, ଜିଲ୍ଲା ପରିଷଦ ମଳୟ ମହାନ୍ତି,ପୁଷ୍ପାଞ୍ଜଳୀ ସାମଲ ଓ ଦେବାଶିଷ ନନ୍ଦ, ଆତ୍ମା କମିଟି ସଭାପତି ସୁଧାକର ମାର୍ଥା,ଗୋଡିପୁଟ ମାଟିଆପଡା ସରପଞ୍ଚଙ୍କ ପ୍ରତିନିଧି ଦୁବାଶା ନିସଙ୍କ,ଯୁବ ବିଜେଡି ସଭାପତି ସୈାମ୍ୟକାନ୍ତ ରାଉତ.ଛାତ୍ର ବିଜେଡି ସଭାପତି ସୁଦୀପ୍ତ ନାୟକ ପ୍ରମୁଖ ଯୋଗଦେଇ ବିଜୁ ଜନତା ଦଳ ଗଠନ ଓ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଡେଲାଙ୍ଗ ବ୍ଲକର ସମସ୍ତ ୩ଟି ଜୋନର ଜିଲ୍ଲାପରିଷଦ, ୨୧ଟି ପଞ୍ଚାୟତର ସମିତିସଭ୍ୟ ଓ ସରପଞ୍ଚ ବିଜୟୀ ହେବେ ବୋଲି ଶ୍ରୀ ମହାରଥୀ କହିଥିଲେ । ଶେଷରେ ଛାତ୍ରନେତା ସୁଦୀପ୍ତ ନାୟକ ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୬/୧୨/୨୦୨୧---୯,୨୦ Sakhigopal News, 26/12/2021