Breaking News

ଶିକ୍ଷକ ବଦଳି ବାତିଲ ଦାବିନେଇ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ





ଡେଲାଙ୍ଗ ----- ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର ଶାରୀରିକ କ୍ରିଡା ଶିକ୍ଷକ ନଟବର ସେଠୀଙ୍କ ଅନ୍ୟତ୍ର ବଦଳୀ ବାତିଲ ନେଇ ଆଜି ଅପରାହ୍ନ ୩ଘଟିକା ସମୟରେ ଛାତ୍ରଛାତ୍ରୀମାନେ ଡେଲାଙ୍ଗ ହାଟ ବଜାରଛକ ବିଜୁ ପଟ୍ଟନାୟକ ପ୍ରତିମୁର୍ତି ତଳେ ରାସ୍ତା ଅବରୋଧ କରି ବସିରହିଥିଲେ । କିଛି ସମୟରେ ହାଟ ଡେଲାଙ୍ଗ ଫାଣ୍ଡି  ଅଧିକାରୀ ଧନପତି ପିଙ୍ଗ ଘଟଣାସ୍ଥଳରେ ପହଂଚି ଛାତ୍ରଛାତ୍ରୀ ମାନଙ୍କ ସହ ରାସ୍ତା ଅବରୋଧ ହଟାଇବା ସମ୍ପର୍କରେ ଆଲୋଚନା କରିବା ସହ ଶିକ୍ଷକଙ୍କ ବାଦିଲ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । ପରେ ଛାତ୍ରଛାତ୍ରୀ ଓ ଫାଣ୍ଡି ଅଧିକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ମଲ୍ଲିକଙ୍କ ଏବିଷୟରେ ଆଲୋଚନା କରିବାରୁ ସେ କହିଲେ ସରକାରଙ୍କ ନିୟମନୁଯାଇ ଶିକ୍ଷକଙ୍କ ବଦଳୀ ହୋଇଛି ।ତେବେ ଛାତ୍ରଛାତ୍ରୀଙ୍କ ଦାବୀ ପ୍ରତି ଗୁରୁତ୍ୱଦେଇ ଉଚ୍ଚ କର୍ତୁପକ୍ଷଙ୍କ ଅବଗତୀ ଓ କାର୍ଯ୍ୟନୁଷ୍ଠାନ ନିମନ୍ତେ ଜଣାଇବେ  ବୋଲି ଶ୍ରୀ ମଲ୍ଲିକ କହିଥିଲେ ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୧୨/୨୦୨୧----୯.୩୫  Sakhigopal News, 19/12/2021

Blog Archive

Popular Posts