ବଳପୁର ଉଚ୍ଚ ବିଦ୍ୟାଳୟର ୧୯୯୩ ମସିହାର ସହପାଠୀଙ୍କର ବନ୍ଧୁମିଳନ
Friends of Balpur High School, 1933, reunited
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ, ସତ୍ୟବାଦୀ ବ୍ଳକ ଅନ୍ତଗର୍ତ ବଳପୁର ଉଚ୍ଚ ବିଦ୍ୟାଳୟର ୧୯୯୩ ମସିହା ସହପାଠୀ ମାନଙ୍କର ସ୍ଥାନୀୟ ସାଗରସ୍ନାନ ପଡିଆରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ତଥା ସହପାଠୀ ତ୍ରିନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ପ୍ରଥମେ ସହପାଠୀ ମାନଙ୍କର ଗୁରୁ ତଥା ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଧୃବ ଚରଣ ସୁକାରୀ ସାରଙ୍କ ଅମର ଅତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରର୍ଥନା ସହିତ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ଅବସରରେ ଗ୍ରାମ ଦାଣ୍ଡ, ନାଳ, ପୋଖରୀ ତୁଟ, ନଳକୂପ ଆଦି ସେ‘ଇ ସହିତ ସ୍ୱେଚ୍ଚାସେବୀ କାର୍ଯ୍ୟ ପାଇଁ ଗୋପି ସାହୁ, ପଞ୍ଚାୟତ ଓ ଆଖ ପାଖ ଅଞ୍ଚଳରେ ଗରିବ ,ଅସହାୟ. ଦରିଦ୍ର, ରୋଗୀ , ଚାଷୀ, ଦଳିତ ପରିବାରଙ୍କୁ ଆଇନ ସହାୟତା ସହିତ ବିଭିନ୍ନ କାର୍ଯ୍ୟରେ ଲୋକମାନଙ୍କୁ ସହଯୋଗର କରୁଥିବା ଓ ଜଣେ ସୋସିଆଲ ମିଡିଆରେ ଖବର ପ୍ରସାରିତ କରୁଥିବା ପୂର୍ଣ୍ଣଚନ୍ଦ୍ର ବେହେରା ଓ ବଳପୁର ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ପ୍ରାୟ ୨ଶହରୁ ଅଧିକ ନିମ୍ବ ଗଛ ଲଗାଇ ସବୁଜ ବିପ୍ଳବ ସୃଷ୍ଟି କରିଥିବା ଭ୍ରମର ମହାରଣା ଓ ସମାଜେସବୀ ସୁଶୀଳ କୁମାର ସାହୁଙ୍କୁ ବନ୍ଧୁ ମିଳନରେ ସମ୍ବଦ୍ଧିତ କରାଯାଇଥିଲା । ପରେ ପରେ ସହପାଠୀ ମାନେ ପୁରୁଣା ଦିନର ସ୍ମୃତି ସାଉଁଟବା ସହ ନିଜ ନିଜ ମଧ୍ୟରେ ଭାବ ଆଦନପ୍ରଦାନ କରିଥିଲେ ।
ସାକ୍ଷୀଗୋପା=ଳରୁ ଧୀରେନ୍ଦ୍ର ସେନାପତି, ୨୫/୧୨/୨୦୨୧----୭,୨୦
Sakhigopal News, 25/12/2021