ଗାଁ ନିକଟରେରେ ହାତୀପଲ ..... ଦୈ।ଡିବା ସମୟରେ ପଥରରେ ପିଟି ହୋଇ ଜଣେ ମୃତ
ଭଞ୍ଜନଗର---ଗଲା କିଛିଦିନ ହେଲା ଗାଁ ନିକଟରେ ଡେରା ପକାଇଛନ୍ତି ହାତୀପଲ । କେବେ ରାସ୍ତା ପାର ହେଉଛନ୍ତି ତ , କେବେ ଧାନ କ୍ଷେତରେ ପଶି ପାଚିଲା ଧାନ ଫସଲ ନଷ୍ଟ କରୁଛନ୍ତି । ଏହି ହାତୀ ପଲ ରେ ୨୦ ଟି ବଣୁଆ ହାତୀ ରହିଛନ୍ତି । ଏବେ ସେହି ହାତୀ ଆସୁଥିବା , କିଛି ଲୋକେ ପାଟିତୁଣ୍ଡ କରିବାରୁ , କ୍ଷେତରେ ଧାନ ବାନ୍ଧୁଥିବା ଜଣେ ଚାଷୀ ଦୈ।ଡିଥିଲେ । ପଥର ରେ ମାଡ଼ ହୋଇ ଆହତ ହୋଇଥିଲେ । ପରବର୍ତ୍ତୀ ସମୟରେ ମୃତ୍ୟୁ ହୋଇଛି । ଗାଲେରୀ ଫାଣ୍ଡି ଅନ୍ତର୍ଗତ ଦୋମୁହାଁଣି ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଦୋମୁହାଁଣି ଗ୍ରାମର ବୁଲୁ ବେହେରା (୩୫) । ଏନେଇ ଗାଲେରୀ ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଖବର ପାଇ ଗାଲେରୀ ଫାଣ୍ଡି ପୋଲିସ ମୃତଦେହ କୁ ଜବତ କରି ଭଂଜନଗର ବ୍ୟବଛେଦ ପାଇଁ ପଠାଇଥିଲେ । ଏସଂକ୍ରାନ୍ତରେ ଫାଣ୍ଡି ପୋଲିସ କେଶ୍ ନମ୍ବର ୨୪/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ହାତୀ ପଲରୁ ଉପସ୍ଥିତି ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି , ଘଟଣା ସ୍ଥଳଠାରୁ ବହୁ ଦୂରରେ ଅର୍ଥାତ୍ ବଞ୍ଜରସାହି ନିକଟରେ ହାତୀପଲ ରହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୨/୨୦୨୧--- ୫,୩୦
Sakhigopal News,19/12/2021