Breaking News

ଭଂଜନଗର ରେ ବିଜେଡି ର ପ୍ରତିଷ୍ଠା ଦିବସ , ୨୫ ବର୍ଷର ସୁଶାସନ ଆଜି ଜନାଦୃତ ହୋଇପାରିଛି : ବିକ୍ରମ ଆରୁଖ

BJD's founding day in Bhanjanagar, 25 years of good governance has become popular today: Vikram Arukh

ଭଞ୍ଜନଗର--- ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଭଞ୍ଜନଗର ଏବଂ ଜଗନ୍ନାଥପ୍ରସାଦ ଠାରେ  ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ପୈାରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ  ଉଭୟ ଭଂଜନଗର ବ୍ଳକ ଓ ଏନ୍ଏସି ସମେତ ଜଗନ୍ନାଥପ୍ରସାଦ ବ୍ଳକର  ବରିଷ୍ଠ ବିଜେଡି ନେତା ଓ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ । ଗତ ୨୫ ବର୍ଷ ଧରି ବିଜୁଜନତା ଦଳ ର ଲୋକପ୍ରିୟତା ,  ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସୁଶାସନ , ଆଜି ସଫଳତା ର ଶୀର୍ଷ ରେ ପହଞ୍ଚି ପାରିଛି । ଆସନ୍ତା ଦିନରେ ମଧ୍ୟ ପୁଣି ଓଡ଼ିଶାବାସୀ ଙ୍କ ଆଶୀର୍ବାଦ , ଦଳକୁ ଆହୁରି ମଜବୁତ କରିବ ବୋଲି ଦଳୀୟ ନେତା  କର୍ମୀ ଓ ମନ୍ତ୍ରୀ ଶ୍ରୀ ଅରୁଖ କହିଥିଲେ । ଭଞ୍ଜନଗର ଠାରେ ଆୟୋଜିତ କାର୍ଯ୍ୟକ୍ରମର ମିଶ୍ରଣ ପର୍ବ ରେ  ଲାଲସିଙ୍ଗି , କୁଲାଡ  ଓ ବାରୁଡା ପଞ୍ଚାୟତ ର ୪୦୦ ରୁ ଉର୍ଦ୍ଧ୍ବ  ବିଜେପି କର୍ମୀ , ବିଜେଡି ରେ ସାମିଲ ହୋଇଥିଲେ । ମନ୍ତ୍ରୀ ଶ୍ରୀ ଅରୁଖ , ନବାଗତ କର୍ମୀ ଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ବିଜୁଜନତା ଦଳ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ କାର୍ଯ୍ୟକଳାପ ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହୋଇଥିବା ନେଇ ନିଜର ପ୍ରତିକ୍ରିୟା ରଖିଥିଲେ ନବାଗତ କର୍ମୀ ମାନେ । ଭଂଜନଗର ଠାରେ ଆୟୋଜିତ ପ୍ରତିଷ୍ଠା ଦିବସ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ କୁ , କନ୍ଧମାଳ ସାଂସଦଙ୍କ ଭଂଜନଗର ବ୍ଳକ ପ୍ରତିନିଧି  ଦିବାକର ନାୟକ ସଂଯୋଜନା କରିଥିବା ବେଳେ , ମନ୍ତ୍ରୀ ଶ୍ରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା  ସୁନିତା ଦଳବେହେରା , ଉପାଧ୍ୟକ୍ଷ ଜୀତେନ୍ଦ୍ର କେଶରୀ ଆରୁଖ , ଏନଏସି ର ପୂର୍ବତନ ଅଧ୍ୟକ୍ଷ - ସୁଧିର ରଞ୍ଜନ ବେହେରା , ପୂର୍ବତନ ଉପାଧ୍ୟକ୍ଷ - ରାଜେନ୍ଦ୍ର ବିଷୋୟୀ , ବ୍ଳକ ବିଜେଡି ସଭାପତି - ରାଜେନ୍ଦ୍ର ପ୍ରଧାନ , ମହିଳା ବିଜେଡି ସଭାନେତ୍ରୀ - ଗୀତାଞ୍ଜଳି ବିଷୋୟୀ , ନେତ୍ରୀ - ସୁଜ୍ଞାନୀ ଗୈାଡ , ପ୍ରମୁଖ ଯୋଗଦେଇଥିଲେ । ସେହିଭଳି ଜଗନ୍ନାଥପ୍ରସାଦ ବ୍ଳକ ର ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ କୁ , କନ୍ଧମାଳ ସାଂସଦଙ୍କ ଜଗନ୍ନାଥପ୍ରସାଦ ବ୍ଳକ ପ୍ରତିନିଧି ବିପ୍ରଚରଣ ବାରିକ ସଂଯୋଜନା କରିଥିଲେ । ଏଠି ମଧ୍ୟ ଆୟୋଜିତ କାର୍ଯ୍ୟକ୍ରମ ରେ ,  ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।  ବିଜୁଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟକ୍ରମ , ଦଳକୁ ୨୫ ବର୍ଷ ଧରି ମଜବୁତ କରିଛି ବୋଲି , ମନ୍ତ୍ରୀ ଶ୍ରୀ ଅରୁଖ କହିଥିଲେ ।  ଜଗନ୍ନାଥପ୍ରସାଦ ବ୍ଳକ ର ଶତାଧିକ ବିଜେପି କର୍ମୀ , ବିଜେଡି ରେ ଯୋଗଦାନ ଦେଇଥିଲେ । ବିଜେଡି ର ବରିଷ୍ଠ ନେତା - ମୋହନ ପ୍ରଧାନ , ବ୍ଳକ ଅଧ୍ୟକ୍ଷା - ଗୀତାଞ୍ଜଳି ବେହେରା ଓ  ଉପାଧ୍ୟକ୍ଷ - ହିମାଂଶୁ ଶେଖର ବାରିକ ଙ୍କ ସମେତ ଦଳୀୟ ବହୁ କର୍ମୀ ଯୋଗ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧୨/୨୦୩୧---୮,୫୦ Sakhigopal News,27/12/2021

Blog Archive

Popular Posts