ମହିଳା ବେପାରୀଙ୍କଠାରୁ ଲକ୍ଷାଧୀକ ଟଙ୍କାର ଧଳାଜହର ଜବତ
Millions of dollars in cash were seized from women traders
ଜଟଣୀ-=-- ଜଟଣୀ କୁଦିଆରୀ ଅଞ୍ଚଳରେ ବେଧଡକ ନିଶା ବ୍ୟବସାୟ ଚାଲିଛି । ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜଣେ ମହିଳା ବ୍ୟବସାୟୀଙ୍କଠାରୁ ଲକ୍ଷାଧୀକ ଟଙ୍କାର ଧଳାଜହର ଜବତ କରିବାରେ ସଫଳ ହୋଇଛନ୍ତି = । ନିଶା ବେପାରର ହବ କୁହାଯାଉଥିବା ଜଟଣୀ ସହରରୁ ପୁଣି ସାଢେ ୩ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି ଖୋର୍ଦ୍ଧାଜିଲା ଅବକାରୀ ମୋବାଇଲ ୟୁନିଟ । ଏଥିରେ ସଂପୃକ୍ତ ଜଣେ ମହିଳା ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୁଚନାଯୋଗ୍ୟଯେ = ଜଟଣୀଥାନା ଅନ୍ତର୍ଗତ କୁଦିଆରୀ ଅଂଚଳରେ ବେଆଇନ ଚୋରା ନିଶାକାରବାର ହେଉଥିବା ନେଇ କେହି ଖୋର୍ଦ୍ଧା ଅବକାରୀ କାର୍ଯ୍ୟାଳୟକୁ ସୁଚନା ଦେଇଥିଲେ । ତେବେ ଏନେଇ ଖୋର୍ଦ୍ଧାଜିଲା ଅବକାରୀର ମୋବାଇଲଟିମ ସଦଳବଳେ କୁଦିଆରୀଠାରେ ଚଢାଉ କରିଥିଲେ । ଚଢାଉ ସମୟରେ ସେଠାରେ ଜଣେ ମହିଳା ବ୍ୟବସାୟୀଙ୍କଠାରୁ ୩୬ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିଲା । ଉକ୍ତ ମହିଳା ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା ବେଳେ ମହିଳା ଜଣଙ୍କ ହେଉଛନ୍ତି କୁଦିଆରୀ ଅଂଚଳର ସୁହାନା ବିବି(୫୨) । ଜବତ ବ୍ରାଉନସୁଗରର ମୂଲ୍ୟ ୩ଲକ୍ଷ ୬୦ହଜାର ଟଙ୍କା ବୋଲି ଅବକାରୀ ସବଇନସ୍ପେକ୍ଟର ସସ୍ମିତା ହୋତା କହିଛନ୍ତି । ଏନେଇ ଖୋର୍ଦ୍ଧା ଅବକାରୀ କାର୍ଯ୍ୟାଳୟରେ ଏନଡିପିଏସ କେଶ ନଂ ୩୯/୨୧ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୨୮/୧୨/୨୦୨୧---୮,୧୦
Sakhigopal News, 28/12/2021