ସତ୍ୟବାଦୀରେ ବିଜେଡର ୨୫ତମି ପ୍ରତିଷ୍ଠା ଦିବସ ପାଳନ; କେନ୍ଦ୍ର ସରକାରଙ୍କ ଉପରେ ବିଧାୟକଙ୍କ ଠାରୁ କର୍ମୀ ବର୍ଷିଲେ
Celebrating the 25th founding day of the BJP in Satyavadi; Workers rained down on legislators from the central government
ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥ ମନ୍ଦିର ସମ୍ମୁଖରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାଙ୍କ ନେତୃତ୍ୱରେ କଣାସ ଓ ସତ୍ୟବାଦୀ ବ୍ଳକର ଶତାଧିକ ବିଜେଡି ପୁରୁଷ ଓ ମହିଳା କର୍ମୀ ମାନେଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ବିଧାୟକ ଶ୍ରୀ ସମାନ୍ତରା, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡାଙ୍କ ସହିତ ଜନପ୍ରତିନିଧି ମାନେ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହ ବିଜୁ ପଟ୍ଟନାକୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ବିଜେଡି ଦଳର ସଭାପତି ତଥା ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନରେ ଭର୍ଚ୍ଚୁଆଲ ମାଧ୍ୟମରେ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସାକ୍ଷୀଗୋପାଳ ଠାରେ ଅନୁଷ୍ଠିତ ବିଜେଡି ପ୍ରତିଷ୍ଠା ଦିବସରେ ଅବଜର ପ୍ରମୋଦ କୁମାର ସାମଲ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ଧୃବଚରଣ ଦାଶ, ଜିଲ୍ଲା ପରିଷଦସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ. ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ସତ୍ୟବାଦୀ ବ୍ଳକ ଛାତ୍ର ସଭାପତି ବିଶ୍ୱଜିତି ପରିଡା, ବିଜେଡି ଜିଲ୍ଲା ମହିଳା ଉପସଭାନେତ୍ରୀ କନକଲତା ପଣ୍ଡା, ମହିଳା ଜିଲ୍ଲା ସମ୍ପାଦିକା ଲକ୍ଷ୍ମୀପିୟା ଦାଶ, ଜୟପୁର ପଞ୍ଚାୟତରସଭାପତି ତଥା ଆଇନଜୀବୀ ଦେବଦତ୍ତ ସାମନ୍ତରାୟ, ସେହିପରି କଣାସ ବ୍ଳକର ଆତ୍ମାର ସଭାପତି ସଞ୍ଜୟ କୁମାର ଭୋଳ, କଣାସ ବକ୍ଳ ବିଜେଡି ସଭାପତି ବସନ୍ତ ଜେନା,ସୁରେଶ କୁମାର ସାହୁ ପ୍ରମୁଖ ଯୁବ, ଛାତ୍ର , ମହିଳା ଗୋଷ୍ଠୀ , ଜନପ୍ରତିନିଧି , ସରପଞ୍ଚ, ସମିତିସଭ୍ୟସଭ୍ୟା ଓ ଆଶ୍ରୟୀ ପ୍ରାର୍ଥୀଙ୍କ ସହିତ ପଞ୍ଚାୟତରେ ଗଠନ କରାଯାଇଥିବା ବିଜେଡି କମିଟିରସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ସମାନ୍ତରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଓଡିଶାର ହକ ସଠିକ ଭାବେ କେନ୍ଦ୍ର ସରକାର ଦେଉନାହିଁ ବୋଲି କହିଥିଲେ । ଅନୁଷ୍ଠିତ ବିଜେଡି ପ୍ରତିଷ୍ଠା ଦିବସରେ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ସଭାପତିତ୍ୱ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୧୨/୨୦୨୧---୯,୪୫ Sakhigopal News, 26/12/2021