ସତ୍ୟବାଦୀ ବ୍ଳକର ୨୬.୯୬୨ଜଣ ରାସନକାର୍ଡଧାରୀଙ୍କୁ ୧ହଜାର ଟଙ୍କାର ସ୍ୱତନ୍ତ୍ର ସହାୟତା ବଣ୍ଟନ ଆରମ୍ଭ
ସାକ୍ଷୀଗୋପାଳ----- ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନରେ ଅର୍ନ୍ତଭୁକ୍ତଥିବା ସମସ୍ତ ହିତାଧିକାରୀଙ୍କୁ ୧ହଜାର ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ରଦାନ କାର୍ଯ୍ୟକ୍ରମ ସତ୍ୟବାଦୀ ବ୍ଳକରେ ଆରମ୍ଭ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତ ସମିତିସଭା ଗୃହ ପରିସରରେ ଆଜି ସମସ୍ତ ଡିଲର ମାନଙ୍କୁ ଡକାଇ ଏହ ଆଲେଚନା ବିଡିଓ କ୍ଷୀରୋଦ କୁମାର ବେହେରା ଓ ବ୍ଳକ ଯୋଗାଣ ନୀରିକ୍ଷିକା ଜୟନ୍ତୀ ହରିଚନ୍ଦନ କରିଥିଲେ । ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତର ୨୬ ହଜାର ୯୬୩ ଜଣ ହିତାଧିକାରୀ ଥିବା ଜଣାପଡିଛି । ସେମାନଙ୍କୁ ସାତ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ନିସ୍ପତି ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ । ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବଣ୍ଟନ କରାଯାଇଥିବା ସ୍ମାର୍ଟ କାର୍ଡ ଓ ରାଶନ କାର୍ଡ ଦେଖାଇ ଏହି ସହାୟତା ରାଶି ନେଇପାରିବେ ବୋଲି ବିଡିଓ ଶ୍ରୀ ବେହେରୀା କହିଛନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଜିଆରଏସ ମାନଙ୍କ ସହଯୋଗରେ ଏହି ଅର୍ଥ ପ୍ରଦାନ କରାଯିବ ସେଠାରେ ଡିଲର ମାନେ ଉପସ୍ଥିତ ରହି ହିତାଧିକାରୀ ଚିହ୍ନଟ କରିବାରେ ସହଯୋଗ କରିବେ ବୋଲି ଏମଆଇ ଶ୍ରୀମତି ହରିଚନ୍ଦନ କହିଛନ୍ତି । ଦୁଗଲ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରକାଶ ଖଟେଇଙ୍କ ସହିତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସଙ୍କ ଉପସ୍ଥିତିରେ ଅର୍ଥ ପ୍ରଦାନ ବେଲେ ହିତାଧିକାରୀ ମାନଙ୍କର ଗହଳି ଲାଗିଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧୨/୨୦୨୧---୧୦,୧୦