ବିବାହ ର ପ୍ରତିଶୃତି ପରେ ଛାଡିଦେଲା - ଥାନାରେ ଏତଲା , ପ୍ରେମିକ ଅଟକ
He left after the marriage promise - so much for the police, the boyfriend was arrested
ଭଞ୍ଜନଗର--- ୧୪ ବର୍ଷ ବୟସରେ ପ୍ରେମରେ ପଡ଼ିଗଲା ନାବାଳିକା। ମିଠା ମିଠା କଥା , ଆଉ ବିବାହର ପ୍ରତିଶୃତି ପାଇ , ପ୍ରେମିକ ସହ ପ୍ରେମିକା ରାସ୍ତା ରାତି ଫେରାର ହୋଇଗଲେ । ପ୍ରାୟ ୬/୭ ମାସ ପର୍ଯ୍ୟନ୍ତ ପ୍ରେମିକ ସହ ଭୁବନେଶ୍ୱର ରେ ରହିଲା ନା ବାଳିକା ପ୍ରେମିକା । ପରେ ନିଜ ଘରକୁ ଆସି କିଛିଦିନ ରହିବା ପରେ ପୁଣି ପ୍ରେମିକ ଆସି ତାକୁ ନେଇଗଲା । ଏବେ ବିବାହ କରିବ ନାହିଁ ବୋଲି କହି , ଛାଡିଦେଲା ପ୍ରେମିକ । ବିଚାରି ନାବାଳିକା ପ୍ରେମିକା ଶେଷରେ ଗାଁ କୁ ଆସି ପ୍ରେମିକ ନାମରେ , ଗତ ୨୧ ତାରିଖ ରେ ଥାନାରେ ଏକ ଏତାଲା ଦେଇଛି । ଏମିତି ଏକ ଘଟଣା ନଜରକୁ ଆସିଛି , ଗଂଜାମ ଜିଲ୍ଲା ତାରାସିଂ ଥାନା ଅଞ୍ଚଳରେ । ଏନେଇ ତାରାସିଂ ଥାନା ପୋଲିସ ୩୪୫/୨୧ ରେ ଏକ ମାମଲା ରୁଜ୍ଜୁ କରି , ସଂପୃକ୍ତ ପ୍ରେମିକ କେ. ସରୋଜ ପାତ୍ର କୁ ଥାନାରେ ଅଟକ ରଖିଥିବା , ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧୨/୨୦୨୧----୮,୦୦
Sakhigopal News,23/12/2021