ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର "ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ନାମେଣ୍ଟ” ; ଉଦଯାପିତ - ସୁରକ୍ଷା ବିଭାଗ ବିଜୟୀ
Khordha Road Railway Zone's "Inter-Divisional Night Night Tennis Ball Cricket Tournament";
ଜଟଣୀ -ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ (ECORSA), ଖୋର୍ଦ୍ଧା ରୋଡ୍ ଦ୍ୱାରା ଆୟୋଜିତ “ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ନାମେଣ୍ଟ” ଶେଷ ହୋଇଯାଇଛି । ସୁରକ୍ଷା ଏବଂ ବାଣିଜ୍ୟ ବିଭାଗ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ରେ ସୁରକ୍ଷା ବିଭାଗ ଟୁର୍ନାମେଣ୍ଟରେ ବିଜୟ ହାସଲ କରିଛି । ୧୨ ଡିସେମ୍ବର ରେ ଖୋର୍ଦ୍ଧା ରୋଡ୍ ରେଲୱେ ଷ୍ଟାଡିୟମରେ ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ନାମେଣ୍ଟ ଉଦଘାଟିତ ହୋଇଥିଲା । ଏହି ଟୁର୍ନାମେଣ୍ଟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ର ୧୨ ଟି ବିଭାଗ ଅଂଶଗ୍ରହଣ କରିଥିଲେ । ସମସ୍ତ ବିଭାଗ ମଧ୍ୟରେ ମୋଟ ୧୨ ଟି ଲିଗ୍ ମ୍ୟାଚ୍ ଏବଂ ଦୁଇଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇ ଥିଲା । ସୁରକ୍ଷା ଏବଂ ବାଣିଜ୍ୟ ବିଭାଗ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ରେ ସୁରକ୍ଷା ବିଭାଗ ୩୩ ରନ୍ ରେ ବିଜୟ ହାସଲ କରିଛି । ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ବିଜେତା ତଥା ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା । ଶ୍ରୀ ରିଙ୍କେଶ ରୟ ବିଜେତା ଖେଳାଳୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ସେମାନଙ୍କ ଜୀବନର ସମସ୍ତ କ୍ଷେତ୍ରରେ କ୍ରୀଡ଼ାବିତ୍ ମନୋଭାବକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।
ମ୍ୟାନ୍ ଅଫ୍ ଦି ସିରିଜ୍ ଏବଂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ସୁରକ୍ଷା ବିଭାଗର ଶ୍ରୀ ଓ. ପି. ଯାଦବ, ସୁରକ୍ଷା ବିଭାଗର ଶ୍ରୀ ପିଣ୍ଟୁ କୁମାର ମୀନା, ଶ୍ରେଷ୍ଠ ବୋଲର ଟ୍ରଫି, ବିଦ୍ୟୁତ୍ ବିଭାଗର ଶ୍ରୀ ଆର.ସି. ସେଠୀ ଶ୍ରେଷ୍ଠ ଫିଲ୍ଡର ଟ୍ରଫି ଏବଂ ସୁରକ୍ଷା ବିଭାଗର ଶ୍ରୀ ଏସ. କେ ରାଉତ୍ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଟ୍ରଫି ଜିତିଛନ୍ତି । ଟୁର୍ନାମେଣ୍ଟର ସର୍ବୋତ୍ତମ ଅନୁଶାସନ ଦଳ ଭାବରେ ଅର୍ଥ ବିଭାଗକୁ ଟ୍ରଫି ପ୍ରଦାନ କରାଯାଇଛି । ପୂର୍ବତଟ ରେଳର ମହିଳା କଲ୍ୟାଣ ସଂଗଠନ (ECORWWO) ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଅଶୋକ କୁମାର, ପୂର୍ବ ତଟ ରେଳ ମହିଳା କଲ୍ୟାଣ ସ°ଗଠନ ର ସଦସ୍ୟ, ଅନ୍ୟ ଶାଖା ଅଧିକାରୀ ଏବଂ କର୍ମଚାରୀ ମାନେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ନାମେଣ୍ଟ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅମିତେଶ ଆନନ୍ଦଙ୍କ ନେତୃତ୍ୱ ତଥା ନିର୍ଦ୍ଦେଶନାରେ ପରିଚାଳିତ ହୋଇଥିଲା । ସମସ୍ତ ଟୁର୍ନାମେଣ୍ଟ ଗୁଡ଼ିକ, କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧା ରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରିଥିଲେ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୧୨/୨୦୨୧---୯,୧୫
Sakhigopal News,20/12/2021