ଅନ୍ତର୍ଜାତୀୟ ମାଦକ ସେବନ ଓ ଅବୈଧ ମାଦକ ବ୍ୟବସାୟ ବିରୋଧୀ ଦିବସରେ ୱାଦାର ଯୁଦ୍ଧଂ ଦେହୀ ଡାକରା
ଅନ୍ତର୍ଜାତୀୟ ମାଦକଦ୍ରବ୍ୟ ସେବନ ଓ ଅବୈଧ ବ୍ୟବସାୟ ବିରୋଧୀ ଦିବସ ଅବସରରେ ୱାର ଏଗେନଷ୍ଟ ଡ୍ରଗ ଆବ୍ୟୁଜ (ୱାଦା) ଆନୁକୁଲ୍ୟରେ ଭୁନେଶ୍ବରସ୍ଥିତ ଜୟଦେବ ଭବନଠାରେ ଏକ ରାଜ୍ୟସ୍ତରୀୟ ସ୍ବେଚ୍ଛାସେବୀ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇ ଓଡ଼ିଶାରେ ମାଦକ ସେବନ ବିରୋଧରେ ଜନସଚେତନତା ବୃଦ୍ଧି, ନୀତି ଗଠନ ଓ ପ୍ରଣୟନ ଏବଂ ଯୁବ ସଂପ୍ରେରଣ ଉପରେ ଗଭୀର ଚର୍ଚ୍ଚା କରିଥିଲେ।କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ
ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ, ଅନୁସୂଚୀତ ଜାତି ଓ ଜନଜାତି ଓ ପଛୁଆ ବର୍ଗ କଳ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ନ୍ୟାୟମୂର୍ତ୍ତି ଶ୍ରୀ ପ୍ରମଥ ପଟ୍ଟନାୟକ, ପୂର୍ବତନ ନ୍ୟାୟାଧୀଶ, ଓଡ଼ିଶା ଓ ଝାରଖଣ୍ଡ ଉଚ୍ଚ ନ୍ୟାୟାଳୟ; ଅଧ୍ୟକ୍ଷ, ଓଡ଼ିଶା ରିଅଲ୍ ଏଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ , ଶ୍ରୀ ସୁଶାନ୍ତ କୁମାର ନାଥ, ଆଇପିଏସ, ମୁଖ୍ୟ କାରାପାଳ ଓ ସଂଶୋଧନ ସେବା ନିର୍ଦ୍ଦେଶକ, ଓଡ଼ିଶା, ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର, ଉପ ସଭାପତି, ରାଜ୍ୟ ବିଜେପି ଓଡ଼ିଶା ଏବଂ ମୁଖ୍ୟ ପରାମର୍ଶଦାତା, ୱାଦା,ମୁଖ୍ୟ ବକ୍ତା ଭାବେ ଶ୍ରୀ ସୌରଚନ୍ଦ୍ର ମହାପାତ୍ର, ବରିଷ୍ଠ ଅଧିବକ୍ତା, ଓଡ଼ିଶା ଉଚ୍ଚ ନ୍ୟାୟାଳୟ; ମାନ୍ୟନୀୟ ସଦସ୍ୟ, ଓଡ଼ିଶା ଆଇନ ଆୟୋଗ ଏବଂ
ଶ୍ରୀ ଗତିକୃଷ୍ଣ ସତପଥୀ, ଆୟୋଜକ ଓ ସଂପାଦକ, ୱାଦା ଓ ବାଣୀଧାରା ଚାରିଟେବଲ ଟ୍ରଷ୍ଟ ଯୋଗଦେଇ ନିଜ ଉଦବୋଧନରେ ମାଦକ ବିରୋଧୀ ଅଭିଯାନର ଆବଶ୍ୟକତା, ସଂସ୍ଥାର ଭୂମିକା, ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ମାଦକ ବିରୋଧୀ ଯୁଦ୍ଧରେ ଅସାଧାରଣ ଭୂମିକା ନିର୍ବାହ କରିଥିବା ବ୍ୟକ୍ତି ଓ ସଂଗଠନମାନଙ୍କୁ ୱାଦା ସୈନିକ ସମ୍ମାନ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଡ. ଜୟ ପ୍ରକାଶ, ସବିର ବକ୍ସ, ସୁଶାନ୍ତ କୁମାର ରାଉତ, ପାରାଦୀପ କଲେଜ ଏନସିସି ଏଲୁମିନି ଅସୋସିଏସନ, ରୋଟାରି କ୍ଲବ ଅଫ ଭୁବନେଶ୍ୱର। ଚେଞ୍ଜମେକର୍ସ ଭାବେ ଦ ଭୁବନେଶ୍ୱର କ୍ରୁ, ଭୁବନେଶ୍ୱର ଓ ବିୟୋଣ୍ଡ ଓୟାଷ୍ଟ, କଟକ (ଯୁଗ୍ମ ଭାବେ), ମାଆ ଫାଉଣ୍ଡେସନ୍, ନୟାଗଡ଼ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ମଧ୍ୟରେ ଜଟଣୀ ର ଅସାଧାରଣ ବ୍ୟକ୍ତିତ୍ୱ ହେମନ୍ତ କୁମାର ସୁନ୍ଦରାୟ ଯେକି ଜଣେ ଜଣେ ପୂର୍ବତନ କବାଡି ଖେଳାଳୀ, ଜଟଣୀ ପୋଷ୍ଟ ଅଫିସ ଛକ ବ୍ୟବସାୟ ସଂଘର ସଭାପତି ଏବଂ ଜଟଣୀ ପ୍ରେସ୍ କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ଙ୍କୁ ସମ୍ମାନିତ କରି ଜଟଣୀ କୁ ଗୌରବାନିତ କରିଥିବାରୁ ଜଟଣୀର ବହୁ ବୁଦ୍ଧିଜୀବୀ ଧନ୍ୟବାଦ ଅର୍ପଣ କରିଛନ୍ତି l ଏହି ସମ୍ମାନ ପ୍ରଦାନ ଦ୍ୱାରା ସେମାନଙ୍କର ସମ୍ପୃକ୍ତି, ସମର୍ପଣ ଓ ସମାଜ ପାଇଁ ଅନନ୍ୟ ଭୂମିକାକୁ ସ୍ୱୀକାର କରାଯାଇଛି।ଏହି ଅବସରରେ ଅତିଥିଙ୍କ ଦ୍ୱାରା ୱାଦା ଆନ୍ଥେମ, ବ୍ରୋଚର ଓ ଟି ସାର୍ଟ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମଟିକୁ ଅତି ସୁନ୍ଦର ଭାବେ ସଂଚାଳନ କରିଥିଲେ ବାସୁଦେବ ନାଥ।ବିଭୁ ପ୍ରସାଦ ଦାସ ଧନ୍ୟବାଦ ଜ୍ଞାପନ ମାଧ୍ୟମରେ ଅତିଥି, ଅନୁଷ୍ଠାନ, ସମିତି, ସେବାମୂଳକ ସଂଗଠନ ଓ ସମସ୍ତ ସ୍ବେଛାସେବୀଙ୍କୁ ତାଙ୍କର ମୂଲ୍ୟବାନ ସହଯୋଗ ପାଇଁ କୃତଜ୍ଞତା ଜ୍ଞାମ୍ପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱାଦାର ଗଣମାଧ୍ୟମ ପରାମର୍ଶଦାତା ପ୍ରଣବ ପ୍ରକାଶ ନାୟକ ଉପସ୍ଥିତ ଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରା ଙ୍କ ରିପୋର୍ଟ,୩୦/୬/୨୦୨୫----୮,୩୫ Sakhigopal News,30/6/2025