Breaking News

ଓଲଟିଲା ଆମ୍ବୁଲାନ୍ସ : ଡ୍ରାଇଭର ଆହତ

Reverse ambulance: Driver injured
ବାଲିଗୁଡା ---କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ସାରଙ୍ଗଗଡ଼ /ନୂଆଗାଁ ଛକରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ୧୦୮ ଆମ୍ବୁଲାନ୍ସ।  ଗାଡିର ନମ୍ବର OD-O2BJ 0855 ଥିବା ଜଣାପଡିଛି |ରୋଗୀଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଛାଡି କ.ନୂଆଗାଁ ମେଡ଼ିକାଲକୁ ଫେରୁଥିଲା ବେଳେ ଦୁର୍ଘଟଣା ଘଟିଛି | ଫଳରେ ଡ୍ରାଇଭର ଆହତ ହୋଇଛନ୍ତି । ସ୍ଥାନୀୟଲୋକ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।ଅନ୍ୟ ଦୁଇ ଜଣ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୯/୧୨/୨୦୨୧-----୬,୫୦   Sakhigopal News,29/12/2021

Blog Archive

Popular Posts