ହୃଦଘାତରେ ଗ୍ରାମ ମୁରବୀଙ୍କର ପରଲୋକ
The village of Murbi died of a heart attack
ସାକ୍ଷୀଗୋପାଳ ---- ହୃଦଘାତରେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବାସୁକେରା ଗ୍ରାମର ଚାଷୀ କପିଳ ଦଳେଇଙ୍କର ୮୦ ବର୍ଷରେ ପରଲୋକ ହୋଇଯାଇଛି । ସେ ଆଖପାଖ ଅଞ୍ଚଳର ଜଣେ ମୁରବି ଓ ବଡ ଚାଷୀ ଭାବେ ପରିଚିତ ଥିଲେ । ମଙ୍ଗଳବାର ସକାଳେ ଗାଧୋଇ ସାରିବା ପରେ ଠାକୁର ପୂଜା କରି ଚା ଖାଇବା ପାଇଁ ଘରେ ବସିବା ସମୟରେ ହଠାତ ଓଲଟି ପଡିଥିଲେ । ପରିବାର ପକ୍ଷରୁ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଗ୍ରାମ ମୁଣ୍ଡରେ ଥିବା ନିଜର ଥିବା ଶଶ୍ମାନରେ ଶବସତ୍କାର କରାଯାଇଥିଲା । ବଡପୁଅ ମୁଖାଗ୍ନି ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧୨/୨୦୨୧---୮,୨୦
Sakhigopal News, 21/12/2021