ସମାଜସେବୀଙ୍କ ହୃଦଘାତରେ ଅକାଳ ବିୟୋଗ
Premature death from a heart attack by a social worker
ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ହାକପଡା ଗ୍ରାମର ସମାଜସେବୀ ଶ୍ରୀଧର ନାୟକଙ୍କ(୬୭)ଙ୍କ ଅକାଳ ବିୟୋଗ ଘଟିଛି । ସେ ଦିର୍ଘଦିନ ଧରି ଶାରୀରିକ ଅସୁସ୍ଥତା ରହିଥିଲା । ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ନିଜ ବାସଭବନରେ ଦେହାନ୍ତ ହୋଇଥିବା ଖବର ଜଣାପଡିଛି । ସେ ଜଣେ ପରୋପକାରୀ ,ମେଳାପି.ମିଷ୍ଠାଭାଷୀ ଓ ସମାଜସେବୀ ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ଅସୁବିଧା ସମୟରେ ଅନେକ ଲୋକମାନଙ୍କୁ ସାହାର୍ଯ୍ୟ ସହାୟତା କରି ସମସ୍ତଙ୍କର ପ୍ରିୟ ଥିଲେ । । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଗିରିଧାରୀ ସ୍ୱାଇଁ, ଦିପ୍ତି ରଞ୍ଜନ ସ୍ୱାଇଁ,ବସନ୍ତ ନାୟକ,ଚିନ୍ତାମଣି ନାୟକ,ଗୁଣନିଧି ନାୟକ ମହେଶ୍ୱର ନାୟକଙ୍କ ସମେତ ବନ୍ଧୁ ବାନ୍ଧବ ଓ ବହୁ ମାନ୍ୟଗଣ ବ୍ୟକ୍ତି ହାକପଡାସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଥିବା ବେଳେ ପୁତ୍ର ଦିବ୍ୟସିଂହ ନାୟକ ଓ ପୁତୁରା ଦିଲ୍ଲୀପ ନାୟକ ମୁଖାଗ୍ନୀ ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୧୨/୨୦୨୧-----୮,୧୫
Sakhigopal News, 28/12/2021