ଅଜଣା ଗାଡି ଧକ୍କାରେ ନାବାଳକ ଗୁରୁତର
ଭଞ୍ଜନଗର--ସ୍ଥାନୀୟ ଥାନା ଅନ୍ତର୍ଗତ ବେଢିଗୋବା ଗ୍ରାମ ନିକଟରେ ଅଜଣା ଗାଡି ଧକ୍କାରେ ୯ବର୍ଷର ବାଳକ ଗୁରୁତର । ଖବର ନେବାରେ ବେଢିଗୋବା ଗ୍ରାମର ଭଞ୍ଜ ନାଇକଙ୍କ ୯ବର୍ଷର ବାଳକ ଗଣେଷ ନାଇକ । ଗଣେଷ ଗ୍ରାମର ରାସ୍ତା କଢରେ ଠିଆ ହେଇଥିବା ସମୟରେ ହଠାତ୍ ଅଜଣା ଗାଡିଟି ଫୁଲବାଣୀ ରୁ-ଭଂଜନଗର ଅଭିମୁଖେ ଦୁତଗତିରେ ଆସି ଗଣେଷକୁ ଧକ୍କା ଦେଇ ଗାଡିଟି ଚାଲିଯାଇଥିଲା । ସ୍ଥାନୀୟ ଲୋକମାନେ ଗାଡି ପିଛା କରିଥିଲେ ମଧ୍ୟ ଦୁର୍ଘଟଣା ଘଟାଇଥିବା ଗାଡିକୁ ପାଇପାରିନଥିଲେ ।ଗଣେଷର ଗୋଡ ଓ ହାତରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ଭଞ୍ଜନଗର ଊପଖଣ୍ଡ ଚିକିତ୍ସାଳୟରେ ଭତ୍ତି କରାଯାଇଥିଲା । ଗଣେଷର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଥିବା ଜଣାପଡ଼ିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୨/୨୦୨୧----୧୦,୫୦ Sakhigopal News,31/12/201