ଓଡ଼ଗାଁ ପୁଅ ହେଲେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ରାଷ୍ଟ୍ରୀୟ କାର୍ଯ୍ଯକାରିଣି ସଦସ୍ଯ
ଓଡ଼ଗାଁ:- ଓଡ଼ଗାଁ ର ପୁଅ ବିକାଶ କୁମାର ନାୟକ ହେଲେ ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ABVP ର ରାଷ୍ଟ୍ରୀୟ କାର୍ଯ୍ଯକାରିଣି ସଦସ୍ଯ ହୋଇଛନ୍ତି। ବିକାଶଙ୍କର ଜନ୍ମ ଓଡ଼ଗାଁ ବ୍ଳକ ଅନ୍ତର୍ଗତ ପାଣ୍ଡେରିପଡା ପଞ୍ଚାୟତ ର ଭାଲିଆଡିହି ଗ୍ରାମରେ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ୭୬ ତମ ରାଷ୍ଟ୍ରୀୟ ଅଧିବେଶନ ମଧ୍ଯପ୍ରଦେଶର ଜବଲପୁର ଠାରେ ଅନୁଷ୍ଠିତ ହୋଇଥିଲା। ସେଠାରେ ୯ ଜଣ ଓଡ଼ିଆ ଙ୍କୁ ନୂଆ ଦାୟିତ୍ୱ ମିଳିଥିଲା। ସେଥିମଧ୍ୟରୁ ବିକାଶଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ରାଷ୍ଟ୍ରୀୟ କାର୍ଯ୍ଯକାରିଣି ସଦସ୍ଯ ରୂପେ ମନୋନୀତ କରାଯାଇଛି।
ବିକାଶ ପୂର୍ବରୁ କନ୍ଧମାଳ ଜିଲ୍ଲା ସଂଯୋଜକ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ଯ, ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ, ଓ ରାଜ୍ଯ ଜନଜାତି ଛାତ୍ର କାର୍ଯ୍ଯ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ନିଭେଇ ସାରିଛନ୍ତି। ବିକାଶ ଏବେ ରାଉଲକେଲା NIT ରେ ଅଧ୍ଯୟନ କରୁଛନ୍ତି।
ଅତିକମ ବୟସରୁ ବିକାଶ ଏହି ସ୍ଥାନରେ ପହଞ୍ଚି ଥିବାରୁ ବିଭିନ୍ନ ମହଲରୁ ବିକାଶ ଙ୍କୁ ପ୍ରଶଂସାର ସୁଅ ଛୁଚିଛି। ତା'ଛଡା ବିକାଶ ପୂର୍ବରୁ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ର ଜଣେ ମେଧାବୀ ଛାତ୍ର ରୂପେ ପଢୁଥିବାରୁ ଏଭଳି ସଫଳତା ପାଇଁ ମହାବିଦ୍ୟାଳୟ କର୍ତୁପକ୍ଷ ବିକାଶ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୭/୧୨/୨୧ , ୮-୨୦ Sakhigopal News,27/12/2021