Breaking News

ଶାସନ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଉଦଘାଟନ

 Inauguration of various development works in the administration panchayat
ଭଞ୍ଜନଗର-- ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଶାସନ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଆରତୀ ସେଠୀ , ଉପାଧ୍ୟକ୍ଷା ପିଙ୍କି ପରିଡ଼ା , ସରପଞ୍ଚ  ରୀତାଞ୍ଜଳୀ ପ୍ରଧାନ , ସମିତି ସଭ୍ୟ  ମଧୁସୁଦନ ପରିଡ଼ା , ସରପଞ୍ଚ ପ୍ରତିନିଧି  ସଞ୍ଜୟ ପ୍ରଧାନ , ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର ଡାକୁଆ  ପ୍ରମୁଖ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।  ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟ ଅଟକଳରେ ହୋଇଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ କୋଠା , କଲ୍ୟାଣ ମଣ୍ଡପ , ଲୁଣିପଡା ଗାଁ ଠାରେ ପାଠାଗାର ଗୃହ , ଗୋଷ୍ଠୀ କେନ୍ଦ୍ର , ମଧ୍ୟ ଇଂରାଜୀ ବିଦ୍ୟାଳୟ ର ଉନ୍ନତି କରଣ ଏବଂ ବଡଦୋଡଙ୍ଗା ଗାଁ ଠାରେ ମଧ୍ୟ ଗୋଷ୍ଠୀ କେନ୍ଦ୍ର ର ଉଦଘାଟନ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ , ଯୋଗାଣ ସହାୟକ ଓ ଗ୍ରାମ ରୋଜଗାର ସେବକମାନେ ପ୍ରମୁଖ ଉପସ୍ଥିତ ରହିଥିଲେ  । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୨/୨୦୨୧---- ୮,୫୦ Sakhigopal News,21/12/2021

Blog Archive

Popular Posts