ଚଳିତବର୍ଷ ମିଡନାଇଟ ସେଲିବ୍ରେସନକୁ ନା’, ଜଟଣୀ ଆସିବେନି ଆନ୍ତର୍ଜାତୀୟ ବିଦେଶୀ ଅତିଥୀ
No Midnight Celebrations This Year, Jatani Asibeni International Foreign Visitors
ଜଟଣୀ---- ଖ୍ରୀଷ୍ଟଧର୍ମାମ୍ବଲମ୍ବିମାନଙ୍କ ବଡପର୍ବ ତଥା ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଡିସେମ୍ବର ୨୫ ତାରିଖ ହେଉଛି ଉକ୍ତ ସଂମ୍ପ୍ରଦାୟଙ୍କ ପ୍ରମୁଖ ପର୍ବ । ସର୍ବଧର୍ମସମନ୍ୱୟର ସହର ଜଟଣୀରେ ଏହିପର୍ବ ତଥା ବଡଦିନ ପାଳନପାଇଁ ଏକମାସ ଧରି ପ୍ରସ୍ତୁତି କରାଯାଇଥାଏ । ମାତ୍ର ଚଳିତବର୍ଷ ମହାମାରୀ କୋଭିଡ କଟକଣା ଯୋଗୁଁ ଚଳିତବର୍ଷ ମଧ୍ୟ ବଡଦିନ ପର୍ବ ଫିକାପଡିବା ଚର୍ଚ୍ଚ ପକ୍ଷରୁ ସୁଚନା ମିଳିଛି । କରୋନାର ନୂଆ ଭାରିଆଂଟ ଓମିକ୍ରନକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ଅତିଥୀମାନେ କେବଳ ଭର୍ଚୁଆଲ ମୋଡରେ ନିଜର ପରିଜନଙ୍କ ସହିତ ବଡଦିନ ପାଳନ କରିବାକୁ ସ୍ଥିର କରିଛନ୍ତି ବୋଲି ଜଟଣୀରେ ରହୁଥିବା ଆଙ୍ଗ୍ଲୋଇଣ୍ଡିଆନ ସମ୍ପ୍ରଦାୟଙ୍କ ପରିବାର ଲୋକେ କହିଛନ୍ତି । ଚଳିତ ବର୍ଷ ମଧ୍ୟ ମିଡନାଇଟ ସେଲିବ୍ରେସନକୁ ବାରଣ କରାଯାଇଛି । ଉକ୍ତ ସମ୍ପ୍ରଦାୟ ଏହି ବଡଦିନ ତଥା ଖ୍ରୀଷ୍ଟମାସ ସେଲିବ୍ରେସନ ଅବସରରେ ଆଲିଙ୍ଗନ ପ୍ରଥାକୁ ବାଦଦେଇ ନମସ୍କାର ଜଣାଇ ଶୁଭେଛାର ପରିଭାଷାକୁ ପ୍ରଥା ମାଧ୍ୟମରେ ପାଳନ କରିବେ ବୋଲି କହିଛନ୍ତି । ଯଦି ଚର୍ଚ୍ଚ ଖୋଲିବେ ସେଥିପାଇଁ ପ୍ରଥମେ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ସାମାଜିକ ଦୁରତା ଏବଂ କୋଭିଡର ସମସ୍ତ ଆଇନକୁ ପାଳନକରି ପ୍ରଥା ପାଳନ କରିବାକୁ ପଡିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁଚନାମିଳିଛି । ଏହି କ୍ରମରେ ସ୍ଥାନୀୟ କ୍ୟାଥ୍ଲିକ୍ ଚର୍ଚ୍ଚରେ ସକାଳ ୮ଟା ଠାରୁ ୯ଘଂଟା ମଧ୍ୟରେ ମାତ୍ର ଏକଘଂଟା ସମୟ ବ୍ୟବଧାନରେ ୨ଟି ପର୍ଯ୍ୟାୟ ତଥା ଇଂରାଜୀ ଏବଂ ଓଡିଆଭାଷାରେ ପ୍ରାର୍ଥନା କରାଯିବାକୁ ଯୋଜନା କରାଯାଇଛି । ସେହିପରି ମିଡନାଇଟ କାର୍ଯ୍ୟକ୍ରମ ଚଳିତବର୍ଷ ବନ୍ଦ ରହିବ । ତେଣୁ ଚଚ୍ଚ୍ର୍ ପରିବର୍ତେ ଲୋକମାନେ ନିଜନିଜ ଘରକୁ ବିଭିନ୍ନ ତୋରଣ ଓ କାର୍ଟୁନ ପ୍ରଭୃତି ସଜାଉଥିବା ଦେଖିବାକୁ ମିଳୁଛି । ପରିବାରବର୍ଗଙ୍କୁ ନେଇ ନିଜନିଜ ମଧ୍ୟରେ ଏହି ବଡଦିନ ସେଲିବ୍ରେସନ ପାଳନ କରିବାକୁ ଉକ୍ତ ସମ୍ପ୍ରଦାୟମାନେ ଲାଗିପଡିଛନ୍ତି । ପୁର୍ବବର୍ଷ ପରି ସେତେଟା ଜାକଯମକ ଚଳିତ ବର୍ଷ ଚର୍ଚ୍ଚଗୁଡିକରେ ଦେଖିବାକୁ ମିଳିନାହିଁ । ମହାମାରୀ କୋରନା ସଂକ୍ରମଣରେ =ଅନେକ ଜିବନ ଗତବର୍ଷ ଅକାଳରେ ଚାଲିଯାଇଥିବା ଯୋଗୁଁ ଏହାକୁ କେହି ପାଳନ କରିନଥିଲା ବେଳେ ଚଳିତବର୍ଷ ମଧ୍ୟ ସରକାରଙ୍କ ନିର୍ଦ୍ଧେଶକୁ ଦୃଷ୍ଟିରେ ରଖି ଆନନ୍ଦଉଲାସର ସହିତ କେକ୍ କାଟି ସେଲିବ୍ରେସନ କରିବେ ନାହିଁ ବୋଲି ଉକ୍ତ ସମ୍ପ୍ରଦାୟର କେତେକ ବ୍ୟକ୍ତି ସୁଚନା ଦେଇଛନ୍ତି । ଏହି ଉତ୍ସବ ପାଳନ ଯୋଗୁଁ ଅନ୍ୟ କାହାରୀ ଜିବନପ୍ରତି ବିପଦ ନ ଆସୁ ସେଥିଲାଗି ସତର୍କତା ଅବଲମ୍ପନ କରାଯିବ । ଯେଉଁ ଚର୍ଚ୍ଚ ଖୋଲାଯିବ ତାହା କୋଭିଡ କଟକଣା ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଚଳିତ ବର୍ଷ ଜଟଣୀ ସହରରେ ସାନ୍ତାକ୍ଲଜର ପୋଷାକ ଓ କାର୍ଟୁନ ବିକ୍ରୀଲାଗି ଦୋକାନ ଖୋଲିନାହିଁ । ତେଣୁ କେହି କେହି ବିଭିନ୍ନ ସହରରୁ ଆଣିଥିବା ବେଳେ ଆଉ କେତେକ ଆଦୈା କିଣି ନାହାନ୍ତି ବୋଲି କହିଛନ୍ତି । କେବଳ ପରମ୍ପରାକୁ ବଜାୟ ରଖିବାଲାଗି ନୂତନ ପୋଷାକ ଧାରଣ କରିବା ସହ ଘରେ ବିଭିନ୍ନ ସୁସ୍ୱାଦୁ ବ୍ୟଜଂନ ହେବ ଚଳିତବର୍ଷର ବଡଦିନ ପର୍ବ ବୋଲି କୁହାଯାଇଛି । ଜଟଣୀର=ୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୨୨/୧୨/୨୦୨୧---୮,୫୫ Sakhigopal News, 22/12/2021
=