Breaking News

ସତ୍ୟବାଦୀ ବିଧାୟକଙ୍କର ମାରାଥନ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

Satyavadi MLA's marathon inaugurates various projects and lays the foundation stone.


ସାକ୍ଷୀଗୋପାଳ ------  ସତ୍ୟବାଦୀ ବ୍ଳକର ଆଳିସ ଗ୍ରାମ ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟ, ଶୁକଳ ପଞ୍ଚାୟତରେ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର. ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ମିଶନଶକ୍ତି  ଓ ଲାଇବ୍ରେରୀ ଗୃହ ଉଦଗାଟନ ସହିତ ପେଣ୍ଠପଡା ପଞ୍ଚାୟତର କାର୍ଯ୍ୟାଳୟର ପୁନ୍ନଉଦ୍ଦାର, କଲ୍ୟାଣମଣ୍ଡପ, ଲାଇବ୍ରେରୀ, ମିଶନଶକ୍ତି ଗୃହ, ଉଦ୍ୟାନ ପାର୍କ ସହିତ ବାସୁକେରା ଗ୍ରାମର କୋଠଘର, ରଙ୍ଗଣସାହିର ଗୋଷ୍ଠୀ ଗୃହ ଓ ଅଙ୍ଗନୱାଡି ଗୃହ ପାଇଁ ଭିତିପ୍ରସ୍ତର ସ୍ଥାପନ ବିଧାୟକ ଉମାକାନ୍ତ ସମାନ୍ତରାୟ କରିଥିଲେ । ସେହିପରି ସତ୍ୟବାଦୀ ହାଇସ୍କୁଲ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୁତ୍ତି ଉନ୍ମୋଚିତ ହୋଇଯାଇଛି । ଏହି ମାରାଥନ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ, ଉପାଧ୍ୟକ୍ଷ ବିକ୍ରମ =କୁମାର ଜେନା, ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଳାପରିଷଦ ସଭ୍ୟଙ୍କ ପ୍ରତିନିଧି ଦେବାଶିଷ ରାୟ, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, =ପେଣ୍ଠପଡା ସରପଞ୍ଚ ବାସନ୍ତୀ ବେହେରା, ସମିତିସଭ୍ୟା ଗୀତାଞ୍ଜଳି ଭୋଇ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସାରଙ୍ଗଧର ସ୍ୱାଇଁ, ଜିଆରଏସ ଦୀପ୍ତିରାଣି ସେଠୀଙ୍କ ସହିତ ବିଭିନ୍ନ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ଓ ୱାଡସର୍ଭ ସଭ୍ୟା ମାନେ ଉପସ୍ଥିତ ରହିଥିଲେ । ଅଧିକାଂଶ ସ୍ଥାନରେ ଆଶାୟୀ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ବିଧାୟକଙ୍କୁ ମଟର ସାଇକେଲ ଶୋଭାଯାତ୍ରା କରି ପାଛୋଟି ନେଇଥବାର ଦେଖାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୧----୯,୨୦ 

 Sakhigopal News, 22/12/2021

Blog Archive

Popular Posts