Breaking News

ବ୍ଲକସ୍ତରୀୟ ନିଯୁକ୍ତିଭିତ୍ତିିକ ପରାମର୍ଶ ଶିବିର, ୧୧୩ ଜଣ ହେବେ ଆତ୍ମନିର୍ଭରଶୀଳ

Block level employment counseling camp, 113 will be self-sufficient


ଜଟଣୀ,--- ଦୀନଦୟାଲ ଉପାଧ୍ୟୟ ଗ୍ରାମୀଣ କୈାଶଳ ଯୋଜନା(ଡିଡିୟୁଜିକେୱାଇ)ର ନିଯୁକ୍ତି ଭିତ୍ତିକ କାର୍ଯ୍ୟକ୍ରମ ଗୁରୁବାର ଜଟଣୀବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଏହି ନିଯୁକ୍ତିଭିତ୍ତିକ କାର୍ଯ୍ୟକ୍ରମକୁ ବିଡିଓ ସରୋଜ କୁମାର ରାଉତ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଜିଲା ସଂଯୋଜକ ବିମଳ କୁମାର ଦାସ, ଦକ୍ଷତା ବିକାଶ, ତାଲିମ ଏବଂ ନିଯୁକ୍ତି ଭିତିକ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ବିପିଏମ ସୁଭଦ୍ରା ପଣ୍ଡା ଏହି କାର୍ଯ୍ୟକ୍ରମରେ ସ୍ୱାଗତଭାଷଣ ଦେଇ କହିଥିଲେ ଯେ, ସରକାରଙ୍କ ଏହି ଡିଡିଜିକେୱାଇ ନିଯୁକ୍ତିଭିତିକ ଯୋଜନାରେ ଶତାଧୀକ ବେକାରି ମହିଳା ଓ ପୁରୁଷମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ଏଥିରେ ଜଟଣୀବ୍ଲକ ଅଧିନସ୍ଥ ୧୧୩ଜଣ ମହିଳା ଓ ପୁରୁଷବ୍ୟକ୍ତିମାନେ ତାଲିମ ନେବାଲାଗି ବିବେଚିତ ହୋଇଛନ୍ତି । ଏହି ୧୧୩ ଜଣ ନିଯୁକ୍ତିଭିତିକ ବ୍ୟବସ୍ଥାରେ ଆତ୍ମନିର୍ଭରଶୀଳ ହେବେ ବୋଲି ସଂଯୋଜକ ଶ୍ରୀ ଦାସ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥୀଭାବେ ଏବିଡିଓ ଅର୍ନ୍ନଦା ଚକ୍ର, ସିଡିପିଓ ବନ୍ଦନା ଦେବୀ,ବିପିଏମ ସୁଭଦ୍ରା ପଣ୍ଡା,ବିପିସି ସନ୍ତୋଷ କୁମାର ଦାଶ,ବିଏଲସି ମମତା ବସ୍ତିଆ, ସାଗରୀକା ମଲିକ,ଜଟଣୀ ବିଏଲଏଫର ସଭାନେତ୍ରୀ ବିଦୂଲତା ବେହେରାଙ୍କ ସହିତ ପିଆଇଏ,ଜେଆରଜି, ସାହୀ ଏକ୍ସପୋର୍ଟ,ସିଏସ୍ତା ହସ୍ପିଟାଲିଟୀ,ବିଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟ, ସମସ୍ତ ପଚାଂୟତର ସିଆରସି, ଏମବିଟେକ,ବ୍ୟାଙ୍କମିତ୍ର, ଗୋଷ୍ଠି ସଂଯୋଜକ,ଜିପିଏଲଏଫ ଓ ବିଏଲଏଫର କର୍ମକର୍ତାମାନେ ଯୋଗଦେଇଥିଲେ । ସମସ୍ତ ପିଆଇଏର ସଦସ୍ୟମାନେ ବିଭିନ୍ନ ଟ୍ରେଡର ତାଲିମ, ଯୋଗ୍ୟତା, ଚାକିରୀ ଓ ଦରମା ଇତ୍ୟାଦି ଉପରେ ଆଲୋଚନା କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ , ୨୪/୧୨/୨୦୨୧---୧୦,୧୫   Sakhigopal News, 24/12/2021


Blog Archive

Popular Posts